Madhusudan Das biography in odia - madhubabu nka jibani

1848, ଏପ୍ରିଲ 28 ରେ ଓଡିଶା ର କଟକ ଜିଲା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ମଧୁବାବୁ ଙ୍କ ଜନ୍ମ |

ତାଙ୍କ ମାତା ଙ୍କ ନାମ ପାର୍ବତୀ ଦେବୀ ଓ ପିତା ଙ୍କ ନାମ ଚୋୖଧିରି ଶ୍ରୀ ରଘୁନାଥ ଦାସ | ମଧୁବାବୁ ଙ୍କ ବାଲ୍ୟଶିକ୍ଷା ପ୍ରଥମେ ଚାଟଶାଳୀ ରୁ ଆରମ୍ଭ ହୋଇଥିଲା | ପରେ 13 ବର୍ଷ ବୟସ ରେ ସେ କଟକ ରେ ଏକ ସରକାରୀ ହାଇସ୍କୁଲ ରେ ଅଧୟନ କରିଥିଲେ | ସେହି ହାଇସ୍କୁଲ ଟି ଏବେ ରେଭେନସା କଲିଜିଏଟ ସ୍କୁଲ ନାମ ରେ ପରିଚିତ | 1864 ରେ ସେ ଏଣ୍ଟ୍ରାନ୍ସ ପରୀକ୍ଷା ରେ ସଫଳତା ର ସହ କୁର୍ତ୍ତୀତ୍ୱ ଅର୍ଜନ କଲା ପରେ ଉଚ୍ଚଶିକ୍ଷା ପାଇଁ ଅର୍ଥାଭାବ ଯୋଗୁ ବାଧ୍ୟ ହୋଇ ବାଲେଶ୍ୱର ଜିଲା ସ୍କୁଲ ରେ 2 ବର୍ଷ  ଶିକ୍ଷକତା କ୍ରମେ କିଛି ଅର୍ଥ ସଞ୍ଚୟ କରି 1866 ରେ ସୁଦୂର କଲିକତା ଯାତ୍ରା କରିଥିଲେ | ପୁନର୍ବାର ଶିକ୍ଷକତା ସମୟ  ମଧ୍ୟରେ ବି ,ଏଲ  ପାସ କରି କଲିକତା ହାଇକୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ ଓ ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଉନ୍ନତି ପଥେ ଲାଗିପଡ଼ିଥିଲେ | 



1880 ରେ ମଧୁବାବୁ ଓଡିଶାକୁ ପ୍ରତ୍ୟାବର୍ତନ କରି କଟକରେ ଓକିଲାତି କରିଥିଲେ | ବିଚକ୍ଷଣ ବୁଦ୍ଧି ବଳରେ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ ଏବଂ ମଧୁ ବାରିଷ୍ଟର ଭାବେ ପରିଚିତ ଥିଲେ | ତାଙ୍କର ଓକିଲାତି ଜୀବନ କାଳରେ ସେ ବହୁ ଦୁଃଖୀ ଦରିଦ୍ର ଲୋକମାନଙ୍କ ପାଇଁ ବିନା ଫିସ ରେ ଲଢ଼ି ସେମାନଙ୍କୁ ଅତ୍ୟାଚାରୀ ଧନୀକ ମାନଙ୍କ ହାତରୁ ରକ୍ଷା କରିଥିଲେ | ସେତେବେଳେ ଇଂରେଜ ସରକାର ଓଡ଼ିଶାର ଠାକୁର ରାଜା ପୁରୀ ରାଜାଙ୍କ ହାତରୁ ଜଗନ୍ନାଥ ମନ୍ଦିର ର ପରିଚାଳନା ଭାଗ କାଢି ନେବା ପାଇଁ ଆଇନ କରିବାରୁ ମଧୁବାବୁ ଉକ୍ତ ଆଇନ ରଦ୍ଧ ହେଲା ପର୍ଯ୍ୟନ୍ତ ଲଢେଇ କରି ଓଡିଶା ର ସମ୍ମାନ ରକ୍ଷା କରିଥଲେ | ସେ 1883 ରେ ରେଭେନ୍ସା କଲେଜରେ ଥିବା ଇ କ୍ଲାସରେ ଆଇନ ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ | କିଛିକାଳ ପାଇଁ ସେ କଟକ ଜିଲା ବୋର୍ଡ ର ଚେୟାରମ୍ୟାନ ଓ କଲିକତା ବିଶ୍ୱବିଦ୍ୟାଳୟ ର ସଭ୍ୟ ରୂପେ ଗୃହୀତ ହୋଇଥିଲେ | 1869 ରେ ମଧୁବାବୁ ବେଙ୍ଗଲ ଲେଜିସଲେଟିଭ କାଉନ୍ସିଲ କୁ ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନମାନଙ୍କରେ ଜୟଯୁକ୍ତ ହୋଇ ଏକାଦିକ୍ରମେ 15 ବର୍ଷ କାଳ ସଭ୍ୟଭାବେ ରହିଥିଲେ | 1912 ରେ ବିହାର-ଓଡିଶା ପ୍ରଦେଶ ଗଠିତ ହେଲା ପରେ ମଧୁବାବୁ ଏହାର ବିଧାନପରିଷଦ  କୁ ନିର୍ବାଚିତ ଓ ପୁନଶ୍ଚ 1914 ରେ ଇମ୍ପେରିଆଲ ଲେଜିସଲେଟିଭ କାଉନସିଲ କୁ ସଭ୍ୟ ରୂପେ ମଧ୍ୟ୍ୟ ମନୋନୀତ ହୋଇଥିଲେ | 1919 ରେ ଭାରତ ଶାସନ ଆଇନ ଅନୁସାରେ ନୂତନ ନିର୍ବାଚନ ରେ ନିର୍ବାଚିତ ହୋଇ ସେ ବିହାର - ଓଡିଶା ଲେଜିସଲେଟିଭ କାଉନସିଲ ର ସଭ୍ୟ ହୋଇଥିଲେ | 1921 ରେ ସରକାର ତାଙ୍କୁ ବିହାର-ଓଡିଶା ମନ୍ତ୍ରୀମଣ୍ଡଳ ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗ ଓ ନିର୍ମାଣ ବିଭାଗ ଦେଇ ଜଣେ ଦକ୍ଷ ମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ | ମଧୁବାବୁ ନିଷ୍ଠା ର ସହ 2 ବର୍ଷ କାଳ ମନ୍ତ୍ରୀତ୍ୱ ଦାୟିତ୍ୱ ନିର୍ବାହ କରି ବହୁ ଉନ୍ନତ ଆଇନ ଦ୍ୱାରା ଜନସାଧାରଣ ଙ୍କର ପ୍ରିୟଭଜନ ହୋଇପାରିଥିଲି | ମନ୍ତ୍ରୀ ମାନେ ବିନା ଦରମା ରେ ଲୋକମାନଙ୍କୁ ନିଃସ୍ୱାର୍ଥ ସେବା ଯୋଗାଇଦେବା ଉପରେ ସରକାରଙ୍କୁ ଟିପଣ୍ଣି ଦେବାରୁ ତଥା ସରକାର ତାଙ୍କ ମତ ଅଗ୍ରାହ୍ୟ କରିବାରୁ ଶେଷରେ ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ |

ସେତେବେଳେ ଓଡିଶା ପ୍ରଦେଶ ବୋଲି କିଛି ନଥିଲା | ଓଡ଼ିଶାର କିଛି ଅଂଶ ମାନ୍ଦ୍ରାଜ ,ମଧ୍ୟପ୍ରଦେଶ ଓ ବେଙ୍ଗଲ ପ୍ରେସିଡେନ୍ସ ରେ ଜୋଡାହୋଇ ରହିଥିଲା | ଓଡିଶା କହିଲେ କଟକ ,ପୁରୀ ,ବାଲେଶ୍ୱର ଓ ଅନୁଗୁଳ କୁ ବୁଝାଇଥିଲା ଓ ଏହାକୁ ଓଡିଶା ଡିଭିଜନ ବୋଲି କୁହାଯାଉଥିଲା | ଛିନ୍ନ ବିଛିନ୍ନ ଓଡ଼ିଆ ଭାଷା ଅଞ୍ଚଳ କୁ ଏକ ଶାସନାଧୀନ କରିବାପାଇଁ ମଧୁବାବୁ ପ୍ରବଳ ଭାବରେ ଉଦ୍ୟମ ଆରମ୍ଭ କରିଥିଲେ | ଏଥିନିମନ୍ତେ ସେ 1903 ରେ ଏକ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ | ଏହାର ବିଭିନ୍ନ ଅଧିବେଶନ ରେ ସେ ତାଙ୍କର ମୂଲ୍ୟବାନ ଅଭିଭାଷଣମାନ ପ୍ରଦାନ କରିଥିଲେ | 1921 ରେ ଖାଦ୍ୟ ବସ୍ତ୍ର ପରିଧାନ ପାଇଁ ମହାତ୍ମା ଗାନ୍ଧୀ ଜନସାଧାରଣ ଙ୍କୁ ଉପଦେଶ ଦେଇଥିଲେ , କିନ୍ତୁ ମଧୁବାବୁ ତାଙ୍କର ବହୁ ପୂର୍ବରୁ ଉତ୍କଳବାସୀ ଙ୍କୁ ହାତ କଟା ସୂତାରେ ଲୁଗା ବୁଣି ପିନ୍ଧିବା ପାଇଁ କହିଥିଲେ | ଏ ଦିଗରେ ସେ ଯଥା ସମ୍ଭବ ପଦକ୍ଷେପ ନେଇଥିବାରୁ ଲୋକେ ଏଭଳି ଲୁଗାକୁ ମଧୁବାବୁ ଲୁଗା ବୋଲି ନାମ ଦେଇଥିଲେ | ସେ ସମୟରେ ମଧୁବାବୁ ଭାରତୀୟ ଜାତୀୟ କଂଗ୍ରେସ ରେ ଜଣେ ଉଚ୍ଚକୋଟିର ନେତା ଥିଲେ ଓ କଂଗ୍ରେସ ରେ  ବହୁ ଉପାଦେୟ ପ୍ରସ୍ତାବ ରେ ତାଙ୍କର ପ୍ରମୁଖ ହାତ ରହିଥିଲା | ଏଥିରେ ରହି ସେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ଉଦ୍ୟମ କରିଥିଲେ |

 କିନ୍ତୁ ଓଡିଶା ପ୍ରତି ଅନ୍ୟମାନଙ୍କ ର ପୁର୍ଣ ସହାନୁଭୂତି ନ ଥିବାରୁ ସେମାନେ ମଧୁବାବୁ ଙ୍କ ପ୍ରସ୍ତାବ କୁ ପ୍ରତ୍ୟାଖାନ କରିବାରୁ ସେ କଂଗ୍ରେସ କୁ ଚିରଦିନ ପାଇଁ ପରିତ୍ୟାଗ କରି ଓଡିଶା ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ | ଉକ୍ତ ସମ୍ମିଳନୀ ର ଦୀର୍ଘ 35 ବର୍ଷ ସଂଗ୍ରାମ ଫଳରେ 1936, ଅପ୍ରେଲ 1 ରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା | କିନ୍ତୁ ଦୁଃଖ ର ବିଷୟ ସେତେବେଳକୁ ମଧୁବାବୁ ଜୀବିତ ନଥିଲେ | 

ଓଡିଶା ର ଅର୍ଥନୈତିକ  ଅଭିବୃଦ୍ଧି ପାଇଁ ମଧୁବାବୁ ଉତ୍କଳ ଟ୍ୟାନେରୀ ଓ ଓଡିଶା ତାରକସି କାମ ନାମରେ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ |କିନ୍ତୁ ପରବର୍ତ୍ତୀ ସମୟରେ ଏ ଦୁଇଟି ଅନୁଷ୍ଠାନ ବ୍ୟବସାୟିକ କୌଶଳ ଦ୍ୱାରା ପରିଚାଳିତ ନହେବାରୁ ବହୁତ କ୍ଷତି ହେବ ଫଳରେ ଏହା କାଳକ୍ରମେ ଲୋପ ପାଇଯାଇଥିଲା | ସେ ଥିଲେ ଜଣେ ଉଚ୍ଚମନା ବ୍ୟକ୍ତି | ଓଡ଼ିଆ ଜାତିକୁ ଉଚ୍ଚ କରିବାପାଇଁ ସେ ତାଙ୍କର କର୍ମ ମୟ ଜୀବନର ପ୍ରତ୍ୟକ ମୁହୂର୍ତ୍ତ କୁ ଲଗାଇଥିଲେ |ତାଙ୍କ ପରି ବ୍ୟକ୍ତିତ୍ୱ ଇତିହାସ ରେ କ୍ଵଚିତ ଦେଖିବାକୁ ମିଳେ |


ଓଡ଼ିଆ ସ୍ୱାଭିମାନ ର କବି ମଧୁବାବୁ 

ଓଡ଼ିଆ ସ୍ୱାଭିମାନ ର ସମର୍ଥ ସାରଥୀ ମଧୁସୂଦନ ଦାସ | ଜାତୀୟତାବାଦ ର ଜଣେ  ପ୍ରଚଣ୍ଡ ଉଦଗାତା | କିଏ ତାଙ୍କୁ ଜାତିପ୍ରାଣ କହେ ତ କିଏ କହେ ଶତାବ୍ଦୀ ର ସୂର୍ଯ୍ୟ | ତାଙ୍କ ନାମ ସହିତ ଏମିତି ଯୋଡିହୋଇ ରହିଛି କୁଳବୃଦ୍ଧ ଓ ଉତ୍କଳ ଗୌରବ ଉତ୍ପାଧି |
ମାତ୍ର ବିଶ୍ୱର ଏହି ଅଦ୍ୱିତୀୟ ତ୍ୟାଗଦୀପ୍ତ ପ୍ରଜ୍ଞପୂରୁଷଙ୍କୁ ଆମେ ଜାଣୁ ମଧୁବାବୁ ନାମରେ ଯିଏ ଗୋଟିଏ ନିର୍ଜୀବ ଓ ନିଷ୍ପ୍ରାଣ ଜାତିର ଅସ୍ତି କଙ୍କାଳ ଉପରେ ଜୀବନ୍ୟାସ ଦେଇ ତାଙ୍କୁ ବଡ଼ମୟ କରିଥିଲେ ଜଣେ ଐତିହ ଆଦର୍ଶ ପ୍ରବୋଧିତ ଶବ୍ଦ ଶିଳ୍ପୀ ଭାବରେ | ତେଣୁ ଓଡ଼ିଆ କବିତାରେ ଜାତୀୟତାବାଦ କଥା ଉଠିଲେ ଆଖି ଆଗରେ ନାଚିଯାଏ ଜୀବନର ପ୍ରତ୍ୟକ ମୁହୂର୍ତକୁ ମାତୃଭାଷା ଓ ମାତୃଭୁମି ଉନ୍ନତି କଳ୍ପେ ଯୋଜନାବଦ୍ଧ ଭାବରେ ବିନିଯୋଗ କରିଥିବା ଜଣେ ଛଳନାହିଁନ କର୍ମଯୋଗୀ ର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ବା ମହତ ର ଆଦର୍ଶବୋଧର କବି ମଧୁବାବୁ ଙ୍କ ଛବି |

ଉନ୍ନବିଂଶ ଶତାବଧି ର ଶେଷଧି ବେଳକୁ ଏକ ଵିପଯ୍ୟସ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୂର୍ଦ୍ଧ ବିଶାଳ ଓଡିଶା | ନିତାନ୍ତ ମ୍ଳାନ ଓ ନିଷ୍କ୍ରଭ ହୋଇ ପଡିଥିଲା ଓଡ଼ିଆ ଭାଷା ଓ ସାହିତ୍ୟ ର ରେଖାଚିତ୍ର | 

ମଧୁବାବୁ ଆମ ଜାତୀୟ ଗୌରବ ର ସେହି ଗନ୍ତାଘର ଗୁଡିକୁ ପରସ୍ତ ପରସ୍ତ କରି ଦେଖିଛନ୍ତି ଏବଂ ଆମକୁ ତାହା ଛିଂହେଇବା ପାଇଁ କବିତା ରେ ଲେଖିଛନ୍ତି -
" ତୋ ପୂର୍ବ ପୁରୁଷ ଜୟ କରିଥଲେ ଗଙ୍ଗା ଠାରୁ ଗୋଦାବରୀ ,
ତାଙ୍କର ଔରସେ ଜନ୍ମ ହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି "

ଏବେ ବି ତାଙ୍କର ସ୍ୱର ବାଜିଉଠେ -
"ଉଠରେ ଉଠରେ ଉତ୍କଳ  ସନ୍ତାନ  ଉଠିବୁ  ତୁ  ଆଉ କେତେ ଦିନେ ,
    ପୂରୁବ ଐତିହ୍ୟ ,ପୂରୁବ ଗୌରବ ପଡୁନାହିଁ  କିରେ ତୋର ମନେ "


ମଧୁବାବୁ ଙ୍କ  ପ୍ରାଣ ଜାତିପ୍ରାଣ | ତାଙ୍କର ଜୀବନ ଜାତୀୟ ଜୀବନ | ଉତ୍କଳ ମାତାଙ୍କୁ ପାଇବା ପାଇଁ ପ୍ରତିନିୟତ ଛଟପଟ ହେଉଥିଲା ତାଙ୍କ ପ୍ରାଣ |  ସେଠିପାଇଁ ସେ ଉତ୍କଳ ମା ଙ୍କୁ ଅହରହ ଖୋଜୁଛନ୍ତି କର୍ମମୟ ଜୀବନରେ ,କଥାରେ ଓ କବିତାରେ  |ଉତ୍କଳ ମା କହିଲେ ସେ ବୁଝିଥିଲେ ସେ ବୁଝିଥିଲେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶାଳ ଭୂଖଣ୍ଡ | ସେହି ଜନନୀ ର ଚରଣ ବନ୍ଦନା ପାଇଁ ପ୍ରାଣ ର ବେଦନା କୁ ନିଶ୍ୱାସ ର ନିବେଦ୍ୟ କରି ଗାଇଥିଲେ -

" ମା  ମା ବୋଲି କେତେ ମୁ ଡାକିଲି ମା କୁ ପାଇଲି ନାହିଁ ,ଭାଇ ଭାଇ ବୋଲି କେତେ ମୁ ଡାକିଲି ଭାଇ  କୁ ପାଇଲି ନାହିଁ "



Post a Comment

0 Comments