Mahatma gandhi biography in odia || Gandhi jayanti || Father of nation mahatma gandhi in odia || Jatira pita

 ମହାତ୍ମାଗାନ୍ଧୀ  (1869-1948) (Mahatma Gandhi ):

ଇତିହାସ ପୃଷ୍ଠା ଯେଉଁ ମହାନ ଜନନାୟକ ମାନଙ୍କ ଦ୍ୱାରା ସ୍ଵର୍ଣରଞ୍ଜିତ ,ସେମାନଙ୍କ ମଧ୍ୟ୍ୟ ରୁ ମୋହନଦାସ କରମ ଚାନ୍ଦ ଗାନ୍ଧୀ (mohandas karmachand gandhi ) ଥିଲେ ଅନ୍ୟତମ |ସେ ଥିଲେ ନ୍ୟାୟ ,ସତ୍ୟ ,ଧର୍ମ ଓ ଅହିଂସାର ଏକ ମୂର୍ତ୍ତିମନ୍ତ ପୁରୁଷ , ଭାରତୀୟ ମୁକ୍ତି ସଂଗ୍ରାମ ର ଏକ କୃଷ୍ଣ | ଜାତୀୟତାବାଦୀ ନେତାମାନଙ୍କ ଦ୍ୱାରା ଚାଳିତ ଆନ୍ଦୋଳନ କୁ ସେ ଏକ ଗଣ ଆନ୍ଦୋଳନ ରେ ପରିଣତ କରିଦେଇଥିଲେ |





ଜୀବନୀ (Biography)-

ଗାନ୍ଧିଜୀ (Gandhiji )ଙ୍କ ଜନ୍ମ 1869 ଅକ୍ଟୋବର 2 ତାରିଖ ରେ ,ଗୁଜୁରାଟ ର କାଥିଆବାଡ଼ରେ ଥିବା ପୋରବନ୍ଦର (porbandar) ନାମକ ଖୁଦ୍ର ସହରରେ |ତାଙ୍କ ପିତା ଙ୍କ ନାମ ଥିଲା କରମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତୁଳିବାଈ | କସ୍ତୁରୀବା (kasturiba) ଥିଲେ ଏ ମହାନ ବ୍ୟକ୍ତିଙ୍କର ଧର୍ମପତ୍ନୀ |1888 ରେ ଶିକ୍ଷା ଲାଭ ନିମିତ୍ତ ଗାନ୍ଧୀ ବିଲାତ ଯାତ୍ରା କରିଥିଲେ | 1891 ରେ ବାରିଷ୍ଟରୀ (baristari)ପାସ କରି ଭାରତକୁ ପତ୍ୟାବର୍ତ୍ତନ  କଲେ | ହିନ୍ଦୁ ,ମୁସଲିମ ଓ ଖ୍ରୀଷ୍ଟିଆନ୍ ମାନଙ୍କର ଧର୍ମପୁସ୍ତକମାନ ପଢିବାରୁ ତାଙ୍କ ମନରେ ଏକ ସାର୍ବଜନୀନ ଅଧ୍ୟାତ୍ମବାଦ ପ୍ରତିଭାତ ହୋଇଥିଲା |

ରାଜକୋଟ ଓ ବମ୍ବେ ଠାରେ ଆଈନବିଦ୍ୟା ଅଭ୍ୟାସ କରି ଗାନ୍ଧିଜୀ ସଫଳ ହେଲେ ନାହିଁ | 1893 ରେ ଜୈନିକ ମୁସଲମାନ ବ୍ୟବସାୟୀଙ୍କ ମକ୍କଦମା କରିବା ନିମନ୍ତେ ସେ ଆଫ୍ରିକା ଯାତ୍ରା କରିଥିଲେ | ଗାନ୍ଧୀ (Gandhi)ଙ୍କ ଉତ୍ଥାନ ପାଇଁ ଏହିଠାରେ ଯେପରି ତାଙ୍କ ପାଇଁ ଭାଗ୍ୟ ଅପେକ୍ଷା କରିଥିଲା |

ଦକ୍ଷିଣ ଆଫ୍ରିକା ଇଂରେଜମାନଙ୍କର ଏକ ଉପନିବେଶ ଥିଲା | ଏଠାରେ ଶ୍ଵେତାଙ୍ଗମାନେ କୃଷ୍ଣକାୟ ଆଫ୍ରିକୀୟ ଏବଂ ପିଙ୍ଗଳ ବର୍ଣ୍ଣର ଭାରତୀୟମାନଙ୍କୁ ଅତିଶୟ ଘୃଣା କରୁଥିଲେ |ବ୍ୟବସାୟୀ ,ବଣିକ ,ଦୋକାନୀ ଓ ଶ୍ରମିକ ଭାବରେ ସେଠାରେ ପ୍ରାୟ  
2 ଲକ୍ଷ ଭାରତୀୟ ବାସ କରୁଥିଲେ | ସେତେବେଳେ ଦକ୍ଷିଣଆଫ୍ରିକା  ସରକାର ଏକ ବିଲ ଆଣି ନାଟାଲ ବ୍ୟବସ୍ଥାପକ ସଭା କୁ ସଭ୍ୟରୂପେ ନିର୍ବାଚିତ ହେବା ଅଧିକାରରୁ ଭାରତୀୟମାନଙ୍କୁ ବଞ୍ଚିତ କରିଥିଲେ | ଗାନ୍ଧୀ (Gandhi)ଏହାକୁ ବିରୋଧ କରି ଅଭିଯାନ ଚଳାଇବାରୁ ଶ୍ଵେତାଙ୍ଗମାନେ ତାଙ୍କ ପ୍ରତି ଖୁବ ଖୁବ୍ଧ ହୋଇଥିଲେ | ଏପରିକି ଗାନ୍ଧୀଙ୍କ ଉପରକୁ ଟେକା ,ପଥର ଓ ପଚାଅଣ୍ଡା ନିକ୍ଷେପ କରାଗଲା | ଗାନ୍ଧୀ (mahatma Gandhi)ଏଥିରେ ଦୁଃଖ ନକରି ବରଂ ବୋର ଯୁଦ୍ଧ (Boer war ) ସମୟରେ ଏକ ଆମ୍ବୁଲାନ୍ସ ବାହିନୀ ଗଢି ଶ୍ଵେତାଙ୍ଗମାନଙ୍କୁ ସାହାଯ୍ୟ କରିଥିଲେ |

1906ରେ ଏକ ଆଇନ ଦ୍ୱାରା ଭାରତୀୟମାନଙ୍କ ସହିତ ସମସ୍ତ ଏସିଆବାସୀଙ୍କୁ ନିଜନିଜ ନାମ ରେଜିଷ୍ଟ୍ରି କରି ଖଣ୍ଡିଏ ଚିହ୍ନଟ କାର୍ଡ ପାଖରେ ରଖିବାକୁ କୁହାଗଲା | ଯେକୌଣସି ସ୍ଥାନରେ ଓ ସମୟରେ ପୋଲିସ ସେ କାର୍ଡ ଯାଞ୍ଚକରିବାର କ୍ଷମତା ପାଇଲେ |ଏହାକୁ ଗାନ୍ଧୀ 'କଳା ଆଇନ ' ବୋଲି ବର୍ଣନା କଲେ | 1906 , ସେପ୍ଟେମ୍ବର 11 ତାରିଖରେ ଜୋହାନ୍ସବର୍ଗଠାରେ ପ୍ରାୟ 1000 ଭାରତୀୟ ଙ୍କୁ ନେଇ ଏକ ସଭାରେ ଗାନ୍ଧୀ ଆଇନ ନାମାନିବା ସକାଶେ ପରାମର୍ଶ ଦେଲେ | ଦକ୍ଷିଣ ଆଫ୍ରିକା ରେ ଆରମ୍ଭ ହୋଇଥିବା ଏ ଆନ୍ଦୋଳନ କୁ ସତ୍ୟାଗ୍ରହ କୁହାଗଲା | ଚିନ୍ତା ,ବାକ୍ୟ ଓ କାର୍ଯ୍ୟ ରେ ହିଂସାଭାବ ପ୍ରକଟ ନ କରିବା ହେଉଛି ଏହାର ଅର୍ଥ | ସତ୍ୟାଗ୍ରହ ଦ୍ୱାରା ତ୍ୟାଗ ,ନିର୍ଭୀକତା ଓ ନିତୀବଳରେ ଶତ୍ରୁ କୁ ଜୟ କରାଯାଇପାରିବ | ଅସଂଖ୍ୟ ଆନ୍ଦୋଳନକାରୀଙ୍କୁ ଜେଲ ,ଜୋରିମାନା ଓ ବହିଷ୍କାର ଦଣ୍ଡ ଦିଆଗଲା | କିନ୍ତୁ ଶ୍ଵେତାଙ୍ଗମାନଙ୍କର ଅତ୍ୟାଚାର ଦୃଢ ଭାବରେ ବିରୋଧ କରାଗଲା | ଏହା ଥିଲା ଗାନ୍ଧିଜୀଙ୍କର ଅଲୌକିକ ନେତୃତ୍ୱର ପରିଚୟ |

ଶେଷ ରେ 1914 ରେ ଗାନ୍ଧୀ (Gandhi) ଓ ସ୍ମାଟସଙ୍କ ମଧ୍ୟ୍ୟରେ ଏକ ଚୁକ୍ତିହେଲା | ଦକ୍ଷିଣ ଆଫ୍ରିକା ସରକାର ଭାରତୀୟମାନଙ୍କ ସମ୍ମାନ ରକ୍ଷା ପାଇଁ କେତେକ ସୁବିଧା ଦେଲେ | ନାଟାଲ ଅଞ୍ଚଳକୁ ଭାରତୀୟମାନଙ୍କର ବସତି ପାଇଁ ଉନ୍ମୁକ୍ତ ରଖାଗଲା | ସେମାନଙ୍କ ଉପରୁ ମୁଣ୍ଡକର ଉଠାଇ ଦିଆଗଲା | ଶ୍ରମିକମାନେ ସ୍ୱାଧୀନ ଭାବରେ କାମ କରିବାର ଅଧିକାର ପାଇଲେ |

1914 ରେ ଗାନ୍ଧୀ (Gandhi) ଭାରତକୁ ଫେରିଲେ | ସେତେବେଳେ ଭାରତରେ ସେ ଥିଲେ ଅଜଣା ,କେବଳ ଗୋଖଲେ ଗାନ୍ଧୀ ଙ୍କୁ ଉତ୍ତମରୂପେ ଚିନ୍ହି ଥିଲେ , ସେ ହେଲେ ଗାନ୍ଧିଜୀ (Gandhiji)ଙ୍କର ରାଜନୈତିକ ଗୁରୁ | 1915 ରେ ଅହମ୍ମଦାବାଦ ସାବରମତୀ ନଦୀ କୁଳ ରେ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କଲେ | ସେ ଉଭା ହେଲେ ଏକ ଅଭୁତ ରାଜନୈତିକ ଶକ୍ତିରୂପେ , ହେଲେ ମହାତ୍ମା (Mahatma) |

ଭାରତରେ ସତ୍ୟାଗ୍ରହ (Salt Satyagraha):

ସତ୍ୟାଗ୍ରହର ମୌଳିକ ତତ୍ତ୍ୱ ହେଲା ସତ୍ୟ ଓ ଅହିଂସା | ଏହା ଆତ୍ମଶକ୍ତି ଉପରେ ଆଧାରିତ | ଅନ୍ୟାୟ ବିରୁଦ୍ଧ ରେ ପ୍ରତିବାଦ ହେଉଛି ସତ୍ୟାଗ୍ରହୀ ର କର୍ମ |ଶତ୍ରୁ କୁ ଆଘାତ ନଦେଇ , ନିଜେ ଅତ୍ୟାଚାର ସହ୍ୟକରି ସେମାନଙ୍କ ମନ ପରିବର୍ତ୍ତନ କରିବା ସତ୍ୟାଗ୍ରହୀର ଧର୍ମ | ଜଣେ ସଫଳ ସତ୍ୟାଗ୍ରହୀ ସର୍ବଦା ଭୟ ,ଘୃଣା ଓ ମିଥ୍ୟା ପରିତ୍ୟାଗ କରିଥାଏ |ଗାନ୍ଧୀ କହିଥିଲେ ,"ମୁ ଭଲଭାବରେ ଜାଣେ ବ୍ରିଟିଶ ସରକାର ଖୁବ ଶକ୍ତିଶାଳୀ ,କିନ୍ତୁ ମୁ ଏହା ମଧ୍ୟ ଜଣେ ଯେ ସତ୍ୟାଗ୍ରହ ଏକ ଶକ୍ତିଶାଳୀ ପ୍ରତିବିଧାନ |

ବିହାରରେ ଚମ୍ପାରଣ , ଗୁଜୁରାଟର କାଇରା ଓ ଅହମ୍ମଦବାଦଠାରେ ଗାନ୍ଧୀ ତାଙ୍କ ସତ୍ୟାଗ୍ରହ ଆନ୍ଦୋଳନ ପରୀକ୍ଷାକଲେ |ଚମ୍ପାରଣର ଚାଷୀ ମାନେ ଜମିର 24 ଭାଗ ରୁ 3 ଭାଗ ସ୍ଥାନରେ ନିଳଚାଷ କରିବା ଓ ତାହାକୁ ବ୍ରିଟିଶ ନୀଳରୋପଣକାରୀଙ୍କ ନିର୍ଦ୍ଧାରିତ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ | କୃଷକ ମାନଙ୍କ ଉପରେ ହେଉଥିବା ନୀଳାରୋପଣକାରୀମାନଙ୍କ ଅତ୍ୟାଚାରର ପ୍ରକୃତ ତଥ୍ୟ ଗାନ୍ଧୀ (Gandhi)ଆଲୋକକୁ ଆଣିଲେ |ସରକାର ବାଧ୍ୟ ହୋଇ ଆଇନଦ୍ୱାରା ଏଥିରୁ ଅନ୍ୟାୟ ବ୍ୟବସ୍ଥା ଗୁଡିକ ଉଚ୍ଛେଦ କରିଥିଲେ |1918 ରେ ଅହମ୍ମଦାବାଦ ଠାରେ ମିଲ ଶ୍ରମିକମାନେ ଦରମା ବୃଦ୍ଧି କରିବାକୁ ଆନ୍ଦୋଳନ ଚଳାଇଲେ |ଗାନ୍ଧୀ (Gandhi) ମିଲ ଶ୍ରମିକ ମାନଙ୍କୁ ନେଇ ଏକ ସଭା ର ଆୟୋଜନ କଲେ | ସେ କହିଲେ ,ମିଲମାଲିକମାନଙ୍କ ସହିତ ଏକ ଚୁକ୍ତି ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇବାକୁ ପଡିବ ନଚେତ ସେ ଅନଶନ କରିବେ | ଫଳରେ ଆନ୍ଦୋଳନ ର 21 ଦିନରେ ମିଲମାଲିକମାନଙ୍କ ସହିତ ଏକ ଚୁକ୍ତି କରାଯାଇ ଶ୍ରମିକମାନଙ୍କ ଦରମା ବୃଦ୍ଧି କରାଗଲା | ତା ପରେ ଗୁଜୁରାଟ ର କାଇରା ଜିଲାରେ ଆରମ୍ଭ ହେଲା ଚାଷୀମାନଙ୍କ ଆଉ ଏକ ଆନ୍ଦୋଳନ | ସେହି ବର୍ଷ ଶସ୍ୟ ଉତ୍ପାଦନ ହୋଇପାରି ନ ଥାଏ ,ମାତ୍ର ଚାଷୀ ମାନଙ୍କୁ ପୁରା ଭୁ-ରାଜସ୍ବ ଦେବାକୁ ବାଧ୍ୟ କରାଯାଉଥାଏ | ଯେ କୌଣସି ପରିସ୍ଥିତି ରେ ରାଜସ୍ବ ନଦେବାକୁ ଚାଷୀ ମାନଙ୍କୁ ଗାନ୍ଧୀ (Gandhi)ସଂଗଠିତ କଲେ | ସେମାନଙ୍କ ଜମି ବାଜ୍ୟାପ୍ତ କରିଦେବା ପାଇଁ ସରକାର ଙ୍କ ଧମକକୁ ଚାଷୀମାନେ କର୍ଣପାତ କଲେନାହିଁ | ଶେଷ ରେ ସରକାର ବାଧ୍ୟ ହୋଇ ଚାଷୀମାନଙ୍କ ସହିତ ବୁଝାମଣା କଲେ |

ରାଜନୀତି ରେ ପ୍ରବେଶ :




ପ୍ରଥମେ ଗାନ୍ଧିଜୀ (Gandhiji)ଙ୍କର ଇଂରେଜମାନଙ୍କ ପ୍ରତି ଖୁବ ଭଲଧାରଣା  ଥିଲା | ଇଂରେଜମାନଙ୍କୁ ଏକ ଶିକ୍ଷିତ ଓ ଭଦ୍ର ଜାତିରୂପେ ଭାବି ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଗାନ୍ଧୀ ଇଚ୍ଛା ପ୍ରକାଶ କରୁଥିଲେ | କିନ୍ତୁ ବ୍ରିଟିଶମାନଙ୍କ ଅତ୍ୟାଚାର ଦେଖି ଓ ସେମାନଙ୍କର ଅସଲ ଉଦ୍ୱେସ ବୁଝିପାରି ତାଙ୍କର ମନୋଭାବର ପରିବର୍ତ୍ତନ ଘଟିଲା |

1919 ଆଇନରେ ପ୍ରାଦେଶିକ ସ୍ତରରେ ଏକପ୍ରକାର ଦ୍ୱେତଶାସନ ପ୍ରଚଳିତ ହେଲା | ଯଦିଚ ଏହି ଆଇନ ଏକ ଦାୟିତ୍ୱମୂଳକ ସରକାର ଗଢିବା ରେ ସାହାର୍ଯ୍ୟ କଲା , ଏହା ସ୍ଵଶାସନନୀତି ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କଲା | 1918 ଅଗଷ୍ଟ ମାସରେ ବମ୍ବେ ଠାରେ ବସିଥିବା କଂଗ୍ରେସ ଅଧିବେଶନରେ ଏହାକୁ 'ଅପର୍ଯ୍ୟାପ୍ତ, ଅସନ୍ତୋଷଜନକ ଓ ନିରାଶଜନକ କହି ସମାଲୋଚନ କରାଗଲା |ଗାନ୍ଧୀ ଏ ଆଇନ୍କୁ ସମର୍ଥନ କରିଥିଲେ , କିନ୍ତୁ ଇଂରେଜ ମାନଙ୍କର ଦମନନୀତି ଦେଖି ବିଚଳିତ ହେଲେ | ବିଶ୍ୱଯୁଦ୍ଧ ରେ ଇଂରେଜମାନଙ୍କ ପକ୍ଷରେ ଭାରତୀୟ ସୈନିକମାନେ ଯୁଦ୍ଧ କରିଥିବାରୁ ଗାନ୍ଧୀ ଆଶା କରିଥିଲେ ଯେ ଇଂରେଜମାନେ କୃତଜ୍ଞ ହୋଇ ଭାରତକୁ ସ୍ୱାୟତ୍ତଶାସନ ପ୍ରଦାନ କରିବେ | କିନ୍ତୁ ସନ୍ତ୍ରାସବାଦୀମାନଙ୍କ ଦ୍ୱାରା ଘଟିଥିବା ଅପରାଧର ପ୍ରତିଶୋଧ ନେବା ଓ ଭବିଷ୍ୟତ ରେ ହେବାକୁ ଥିବା ବିକ୍ଷୋଭ ,ହିଂସାବାଦ ଏବଂ ଷଡଯନ୍ତ୍ରର ମୁକାବିଲା କରିବାକୁ 'ରାଓଲାତ କମିଟି ' ମାଧ୍ୟମ ରେ ରାଓଲତ ଆଇନ ଜାରି ହେଲା |କଂଗ୍ରେସ ଏ  ଆଇନ କୁ ପ୍ରତିବାଦ କଲେ | ଗାନ୍ଧୀ କହିଲେ ,"ଏ ଆଇନଟି   ପ୍ରକାଶ୍ୟ ଆହ୍ୱାନ ହେବ "| ଏହି ଆଇନ କୁ ପ୍ରତିବାଦ କରି ହରତାଳ ପାଳନ କରିବାକୁ ସେ ଦେଶବାସୀ ଙ୍କୁ ନିବେଦନ କରିଥିଲେ | 1919 ଅପ୍ରେଲ 6 ତାରିଖ ରେ ସାରା ଦେଶରେ ହରତାଳ ପାଳନ କରାଗଲା | ସେହିବର୍ଷ ଅପ୍ରେଲ 13 ତାରିଖ ରେ ଅମୃତସରର ଜଲିଆନୱଲାବାଗ ଠାରେ ଇଂରେଜ ସେନାପତି ଡାୟର ଙ୍କ ନେତୃତ୍ୱ ରେ ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ଘଟିଲା ତାହା ଗାନ୍ଧୀ ଙ୍କୁ ଦୁଃଖରେ ମର୍ମାହତ କରିଥିଲା | ଡାୟାରଙ୍କ କାର୍ଯ୍ୟକଳାପ କୁ ସରକାର ବସାଇଥିବା 'ହଣ୍ଟର କମିଟି ' ନ୍ୟାୟସଙ୍ଗତ ବୋଲି ମତ ଦେବାରୁ ଗାନ୍ଧୀ ଅନୁଭବ କଲେ , ଯେଉଁ ସରକାର ଏପରି ବର୍ବରୋଚିତ ହତ୍ୟାକାଣ୍ଡ ଘଟାଇ ତିଳେମାତ୍ର ଅନୁଶୋଚନା କଲେ ନାହିଁ ,ସେପରି ଅସାଧୁ ଓ ଅଵିଵେକୀ ସରକାର ସହିତ ଅସହଯୋଗ କରି ଏହାକୁ ସ୍ଥାଣୁ କରି ଦେବା ହିଁ ଠିକ | ସେତେବେଳକୁ ଖିଲାଫତ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା | ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ପରାଜିତ ହେବାରୁ ତୁର୍କୀର ସୁଲତାନ ବା ଧର୍ମଗୁରୁ ବା ଖାଲିଫାଙ୍କ ସାମ୍ରାଜ୍ୟ ଖଣ୍ଡବିଖଣ୍ଡ ହୋଇଯିବାରୁ ଭାରତର ମୁସଲମାନମାନେ ଖାଲିଫା ଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ | ହିନ୍ଦୁ -ମୁସଲମାନ ମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ଗାନ୍ଧୀ (Gandhi)ଏ ଆନ୍ଦୋଳନ କୁ  ସମର୍ଥନ କଲେ | ସର୍ବଭାରତୀୟ ଖିଲାଫତ କମିଟି ଗାନ୍ଧୀ (Gandhi)ଙ୍କ ଅସହଯୋଗ କାର୍ଯ୍ୟକ୍ରମ କୁ ଗ୍ରହଣ କରିଥିଲେ |

ଅସହଯୋଗ ଆନ୍ଦୋଳନ (Asahajoga Andolana):

ଗାନ୍ଧୀ(Gandhi)ଙ୍କ ଅସହଯୋଗ ଆନ୍ଦୋଳନ ଥିଲା ଇଂରେଜମାନଙ୍କ ବିପକ୍ଷ ରେ ପ୍ରଥମ ସକ୍ରିୟ ଆନ୍ଦୋଳନ | ଅହିଂସା ମାର୍ଗରେ ବ୍ରିଟିଶ ମାନଙ୍କ ସହିତ ସମ୍ପୂର୍ଣ ଅସହଯୋଗ କରିବାକୁ ଗାନ୍ଧୀ (Gandhi)ଡାକରା ଦେଇଥିଲେ | ଗାନ୍ଧୀ ଙ୍କ ଡ଼ାକରାରେ ଓକିଲମାନେ ନ୍ୟାୟାଳୟ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ବର୍ଜନ କଲେ | ସରକାରୀ ଉତ୍ପାଧିମାନ ତ୍ୟାଗ କରାଗଲା | ବିଦେଶୀ ବସ୍ତ୍ର ଓ ପତ୍ର ବର୍ଜିତ ହେଲା | ବିଦେଶୀ ବସ୍ତ୍ର ପୋଡି ଦିଆଗଲା | ଅପରପକ୍ଷରେ ପ୍ରଚଣ୍ଡ ଭାବରେ ସରକାର ଆନ୍ଦୋଳନ ଦମନ କଲେ | ସତ୍ୟାଗ୍ରହୀମାନେ ବନ୍ଧୀ  ହେଲେ  | ହଠାତ ଉତ୍ତରପ୍ରଦେଶ ର ଚୋୖରିଚୌରା ଠାରେ ଉତ୍ୟକ୍ତ ଜନତା ଗୋଟିଏ ପୋଲିସ ଷ୍ଟେସନ ରେ ନିଆ ଲଗେଇଦେବାରୁ 22 ଜଣ ପୋଲିସ କର୍ମଚାରୀ ଙ୍କ ମୁର୍ତ୍ୟୁ ଘଟିଲା | ଏହି ହିଂସାକାଣ୍ଡ ଦେଖି ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନ ର ବନ୍ଦ ଡାକରା ଦେଲେ | ଗାନ୍ଧୀ (Gandhi)ଅନୁଭବ କଲେ ଯେ ,ଦେଶବାସୀ ଅହିଂସା ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇନାହାନ୍ତି | ଗାନ୍ଧୀଙ୍କୁ 6 ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଥିଲେ ମଧ୍ୟ ଅସୁସ୍ଥତା ଯୋଗୁ ତାଙ୍କୁ 2 ବର୍ଷ ପରେ ଛାଡି   ଦିଆଗଲା | ସରକାର ହିନ୍ଦୁ ମାନଙ୍କ ଠାରୁ ମୁସଲ୍ମାନମାନଙ୍କୁ ଦୁରେଇ ଦେବାକୁ ଚେଷ୍ଟା କରୁଥିଲେ | ଦୁଇ ସଂପ୍ରଦାୟ  ମଧ୍ୟ୍ୟରେ ଏକତା ଆଣିବା ପାଇଁ ଗାନ୍ଧୀ (Gandhi)21 ଦିନ  ଧରି ଉପବାସ କଲେ |

1921 ରେ ଲାହୋର କଂଗ୍ରେସ (Lahore-Congress) ଅଧିବେଶନ ରେ ' ପୁର୍ଣ ସ୍ୱରାଜ' ପାଇଁ ପ୍ରସ୍ତାବ ଆସିଥିଲା | ସେତେବେଳେ ଗାନ୍ଧୀ (Gandhi)'ୟଙ୍ଗ ଇଣ୍ଡିଆ ' ପତ୍ରିକା ରେ ଭାରତର ଶାସନ ସଂସ୍କାର ପାଇଁ 11 ଟି ପ୍ରସ୍ତାବ ଦେଇଥିଲେ | ବଡଲାଟ ଙ୍କୁ ଚେତାବନୀ ଦେଇ ଗାନ୍ଧୀ କହିଲେ ଯେ ସରକାର ତାଙ୍କର  ସବୁ ପ୍ରସ୍ତାବ ଗ୍ରହଣ ନକଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ |

ଆଇନ ଅମାନ୍ୟ ଆନ୍ଦୋଳନ (Ain Amanya Andolana):

 ବଡ଼ଲାଟ ଗାନ୍ଧୀ (Gandhi) ଙ୍କ 11 ଦଫା ସମ୍ବଳୀତ ଶାସନ ସଂସ୍କାର ଗ୍ରହଣ ନ କରିବାରୁ ଗଣଆଇନ ଅମାନ୍ୟ ଅବଶ୍ୟଭ୍ୟାବି ହୋଇ  ପଡିଲା | ଆନ୍ଦୋଳନ ର ପ୍ରାଧାନ୍ୟ ସୂଚେଇବାକୁ ଯାଇ ଗାନ୍ଧିଜୀ କହିଥିଲେ ଯେ ,'କେବଳ ମାତ୍ର ଆଇନ ଅମାନ୍ୟ ଆନ୍ଦୋଳନ ହିଁ ଦେଶକୁ ଆସନ୍ନ ଅରାଜକତା ଓ ଆଇନ ଶୂନ୍ୟତା ରୁ ରକ୍ଷା କରିପାରିବ |' 1930 , ମାର୍ଚ୍ଚ 12 ତାରିଖ ଦିନ  ସାବରମତି ଆଶ୍ରମ ରୁ ଗୁଜୁରାଟ  ଉପକୂଳ ରେ ଖୁଦ୍ରଗ୍ରାମ ଦାଣ୍ଡି ଯାଏ ଗାନ୍ଧିଜୀ ଙ୍କ ପ୍ରସିଦ୍ଧ ଦାଣ୍ଡୀଯାତ୍ରା ଆରମ୍ଭ ହୋଇଥିଲା | ଅପ୍ରେଲ 6 ତାରିଖ ରେ ଗାନ୍ଧିଜୀ  (Gandhiji)ସମୁଦ୍ର ରୁ  ଲୁଣ ମାରି ଲବଣ ଆଇନ ଭଙ୍ଗ କଲେ | ଗାନ୍ଧୀ ଘୋଷଣା  କରିଥିଲେ  ଯେ ବ୍ରିଟିଶ ଶାସନ ଭାରତର ନୈତିକ ,ଭୌତିକ ,ସାଂସ୍କୃତିକ ଏବଂ ଆଧ୍ୟତ୍ମିକ ଶକ୍ତି କୁ ଭାଙ୍ଗି ଦେଇଛି ,ଏହି ଶାସନ ହେଉଛି ଏକ ଅଭିଶାପ , ସରକାରଙ୍କ ଏହି ପଦ୍ଧତି ସେ ଭାଙ୍ଗି ଦେବେ | ସରକାର ଙ୍କ ଦମନ ସତ୍ୱେ ସମଗ୍ର ଭାରତରେ ଏ ଆନ୍ଦୋଳନ ବ୍ୟାପିଗଲା |



ଦ୍ୱିତୀୟ ଗୋଲଟେବୁଲ ବୈଠକ ରେ ଗାନ୍ଧିଜୀ :

ବ୍ରିଟିଶ ସରକାର କଂଗ୍ରେସ ସହିତ ଏକ ସନ୍ଧି କରିବାକୁ ଚାହିଁଲେ , ଉଦ୍ୟେଶ ଥିଲା କଂଗ୍ରେସ ଖୁସି ହୋଇ ଗୋଲଟେବୁଲ ବୈଠକରେ ଯୋଗଦେବେ | 1931 ରେ ମହାତ୍ମାଗାନ୍ଧୀ (Mahatma Gandhi)ଓ ବଡଲାଟ ଇରୁଉଇନ ଙ୍କ ମଧ୍ୟରେ (ଗାନ୍ଧୀ -ଇରୁଉଇନ)ଚୁକ୍ତି ସ୍ୱାକ୍ଷରିତ ହେଲା | ଚୁକ୍ତି ଅନୁଯାୟୀ ସରକାର ରାଜନୈତିକ ବନ୍ଧୀ ମାନଙ୍କୁ ମୁକ୍ତ କରିବାକୁ ରାଜି ହେଲେ ଏବଂ ଗାନ୍ଧୀ (Gandhi)ଦ୍ୱିତୀୟ ଗୋଲଟେବୁଲ ବୈଠକ ରେ ଯୋଗଦେଲେ | ସଂଗେ ସଂଗେ ଡୋମିନିଅନ ପଦ ଏବଂ ତାପରେ ସ୍ୱାଧୀନତା ପ୍ରଦାନ - ଜାତୀୟତାବାଦୀ ମାନଙ୍କର ଏହି ଦାବି ସରକାର ଙ୍କର ଅଗ୍ରାହ୍ୟ କଲେ | ଅପରରେ ହିନ୍ଦୁ ,ମୁସଲମାନ ,ଶିଖ,ଖ୍ରୀଷ୍ଟିଆନ ଓ ହରିଜନ ପ୍ରଭୂତି ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଓ ସାମ୍ପ୍ରଦାୟିକ ଭିର୍ତ୍ତିରେ ଭୋଟ ଦାନ ବ୍ୟବସ୍ତା କୁ ଗାନ୍ଧୀ ବିରୋଧ କରି ଅନଶନ କଲେ | ଯାହାହେଉ ,ଦୁଇ ସମ୍ରଦାୟ 'ପୁନାଚୁକ୍ତି ' ରେ ମିଳିତ ଭୋଟ ଦ୍ୱାରା ପ୍ରତିନିଧି ନିର୍ବାଚନର ବ୍ୟବସ୍ତା କରିବାରୁ ଗାନ୍ଧିଜୀ ଅନଶନ ଭାଙ୍ଗି ଥିଲେ | 

ଭାରତଛାଡ ଆନ୍ଦୋଳନ (Bharatchhada Andolana):

ଭାରତୀୟମାନଙ୍କୁ ସନ୍ତୁଷ୍ଟ କରିବାକୁ ବ୍ରିଟିଶ ସରକାର 1935 ଭାରତ ଶାସନ ଆଇନ ପ୍ରଣୟନ କଲେ | 1937 ମସିହା ରେ କଂଗ୍ରେସ ମନ୍ତ୍ରୀ ମଣ୍ଡଳ ଗଢି ଥିଲେ |1939 ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା | ମହମ୍ମଦ ଅଲ୍ଲୀ  ମଧ୍ୟ୍ୟ ସ୍ୱତନ୍ତ୍ର  ପାକିସ୍ତାନ  ଗଠନ ପାଇଁ  ଦାବି କଲେ | 1940 ରେ କ୍ରିପସ ମିଶନ ଘୋଷଣା କଲେ ଯେ ଯୁଦ୍ଧ ପରେ ଭାରତୀୟ ମାନେ ନିଜର ସମ୍ବିଧାନ ପ୍ରଣୟନ କରିବେ | କୌଣସି ପ୍ରଦେଶ ଉକ୍ତ ସମ୍ବିଧାନ ଗ୍ରହଣ ନ କଲେ ,ସେହି ପ୍ରଦେଶ ନିଜ ପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିପାରିବେ | ଏହି ଘୋଷଣା - " କାର୍ଯ୍ୟ କରୁ ନଥିବା ଏକ ଦେବାଳିଆ ବ୍ୟାଙ୍କ ର ପୁରୁଣା ଚେକ ଟିଏ କହି " ଏହାକୁ ପ୍ରତ୍ୟାଖାନ କରିବାକୁ ଗାନ୍ଧୀ ନିର୍ଦେଶ ଦେଲେ | ନିରାଶ ହୋଇ ଏକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଇ 1942 ଅପ୍ରେଲ ରେ ଗାନ୍ଧିଜୀ ହରିଜନ ପତ୍ରିକା ରେ ଲେଖିଲେ - ଯଥା ସମୟରେ ଓ ଶୃଙ୍ଖଳିତ ଭାବରେ ଇଂରେଜ ମାନେ ନିଜକୁ ଭାରତରୁ ପ୍ରତ୍ୟାହାର କରିନେବା ଉପରେ ରହିଛି ଉଭୟ ଭାରତ ଓ ବ୍ରିଟିଶ ର ନିରାପତ୍ତା | 1942 ଜୁଲାଇ 14 ତାରିଖ ରେ ୱାର୍ଧା ଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଭାରତଛାଡ଼ ପ୍ରସ୍ତାବ ଆଣିଲେ - " ଭାରତରୁ ବ୍ରିଟିଶ ଶାସନ ସହସା ପରିସମାପ୍ତି ହୋଇଯିବା ଉଚିତ |" 1942 ରେ  ବମ୍ବେ ଠାରେ ଭାରତର ଜାତୀୟ କଂଗ୍ରେସ ଅଧିବେଶନ ରେ 8ଅଗଷ୍ଟ  ତାରିଖ ଦିନ 'ଭାରତଛାଡ' ପ୍ରସ୍ତାବ ଅନୁମୋଦିତ ହେଲା |ଗାନ୍ଧୀ ଙ୍କର "କର ବା ମର " ଆହ୍ୱାନ ଦେଶରେ ବିଦ୍ରୋହ ର ଅଗ୍ନି ଜାଳିଦେଲା |ଗାନ୍ଧୀ କହିଲେ ," ଏହି ମୁହୂର୍ତ୍ତରୁ ଆପଣମାନେ ପ୍ରତ୍ୟକ ନିଜକୁ ସ୍ୱାଧୀନ ପୁରୁଷ ଓ ମହିଳା ବୋଲି ବିଚାର କରନ୍ତୁ |" 1942 ଅଗଷ୍ଟ 9 ତାରିଖ ରେ ଗାନ୍ଧୀ (Gandhi)ଙ୍କୁ ଗିରଫ କରାଗଲା ,ମାତ୍ର ତାଙ୍କର ଅସୁସ୍ଥତା ଯୋଗୁ 1944 ମେ 6 ତାରିଖ ଦିନ ବିନା ସର୍ତ୍ତରେ ତାଙ୍କୁ ଛାଡି ଦିଆଗଲା |ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଭାରତଛାଡ଼ ଆନ୍ଦୋଳନ ଥିଲା ଶେଷ ଓ ଭୟଙ୍କର ଗଣ ଆନ୍ଦୋଳନ |



ସାମ୍ପ୍ରଦାୟିକତା ଓ ବିଭାଜନ :

ଦେଶରେ ସାମ୍ରଦାୟକ ଭେଦଭାବ ଖୁବ ଉଗ୍ର ହୋଇଉଠିଲା | 1946 ମାର୍ଚ୍ଚ ମାସରେ ମୁସଲମାନବହୁଳ ଅଞ୍ଚଳ ଗୁଡିକୁ ଅଧିକ ସ୍ୱାୟତ୍ତ ଦେବା ପାଇଁ କ୍ୟାବିନେଟ ମିଶନ ପ୍ରସ୍ତାବ ଦେଲେ | ଜିନ୍ନା ଙ୍କର ସ୍ୱତନ୍ତ୍ର ପାକିସ୍ତାନ ଗଠନ ଦାବି ମିଶନ ପ୍ରତ୍ୟାଖାନ କଲେ |ମିଶନ ର ପ୍ରସ୍ତାବ କୁ ବିରୋଧ କରି 1946 ଅଗଷ୍ଟ 16 ତାରିଖ କୁ ପ୍ରତ୍ୟକ୍ଷ କାର୍ଯ୍ୟଦିବସ ରୂପେ ପାଳନ କରିବାକୁ ଜିନ୍ନା ନିର୍ଦେଶ ଦେଲେ | ବଙ୍ଗଳା , ଉତ୍ତରପ୍ରଦେଶ , ବମ୍ବେ ,ପଂଜାବ ,ସିନ୍ଧୁ ଏବଂ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ରେ ସାମ୍ପ୍ରଦାୟିକ ଆରମ୍ଭ ହୋଇଥିଲା | କଲିକତା ଠାରେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେଲା | 1946,ଅଗଷ୍ଟ ମାସରେ ପାକିସ୍ତାନ ଗଢିବା ଲକ୍ଷ୍ୟରେ ମୁସଲିମଲିଗ ମଧ୍ୟବର୍ତ୍ତୀକାଳୀନ ସରକାରରେ ଭାଗନେଲେ | ନୋଆଖାଲି ଓ ଟିପେରା ଜିଲ୍ଲାରେ ହିନ୍ଦୁ ମାନଙ୍କ ଉପରେ ସଂଗଠିତ ଆକ୍ରମଣ ହେଉଥିଲା | ନୋଆଖାଲି ରେ ସନ୍ୟାସୀ ଗାନ୍ଧୀ (Gandhi)ତାଙ୍କର ଅହିଂସା ଅଭିଯାନ ଚଳାଇଥିଲେ ,ମାତ୍ର ସାମ୍ପ୍ରଦାୟିକ ଭେଦଭାବ ରୁ ଧର୍ମାନ୍ଧ ଦେଶବାସୀ ନିର୍ବୁତ ହେଲେ ନାହିଁ | 1947, ଫେବୃଆରୀ 20 ତାରିଖ ଦିନ ଆଟଲି ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର କରିବା କଥା ଘୋଷଣା କଲେ ଏବଂ ଏହି କାର୍ଯ୍ୟ ପାଇଁ ଲର୍ଡ଼ ମାଉଣ୍ଟବ୍ୟାଟେନ ଙ୍କୁ ବଡ଼ଲାଟ ରୂପେ ଭାରତକୁ ପ୍ରେରଣ କଲେ | ମାଉଣ୍ଟବ୍ୟାଟେନ ଅନୁଭବ କଲେ ଯେ ହିନ୍ଦୁ ଓ ମୁସଲମାନମାନେ ଏକତ୍ର ଗୋଟିଏ ଦେଶରେ ରହିପାରିବେ ନାହିଁ | ଭାରତ ବିଭାଜନ କୁ ଗାନ୍ଧୀ ବିରୋଧ କରିଥିଲେ ମଧ୍ୟ ବିଭାଜନ ଅନିର୍ଵାଯ୍ୟ ହୋଇପଡିଲା | 1947 ଜୁନ 1 ତାରିଖରେ ଗାନ୍ଧିଜୀ ମର୍ମାହତ ହୋଇ କହିଲେ  " ମୁ ସ୍ପଷ୍ଟ ଭାବରେ ଦେଖି ପାରୁଛି ,ଏପରି ମୂଲ୍ୟ ଦ୍ୱାରା ଅଣାଯାଉଥିବା ସ୍ୱାଧୀନତାର ଭବିଷ୍ୟତ ଅନ୍ଧକାର | ମୁଁ ଯେଉଁ ବିପଦ ଆଶଙ୍କା କରୁଛି ,ଯଦି ତାହା ଭାରତ ଉପରେ ପଡେ ଏବଂ ଭାରତର ସ୍ୱାଧୀନତା ବିପଦପୂର୍ଣ୍ଣ ହୋଇଉଠେ ,ତାହା ଦେଖିବା ପାଇଁ ହୁଏତ ମୁ ବଞ୍ଚି ନଥିବି , କିନ୍ତୁ ଭାଵୀ ବଂଶଧର ମାନେ ଜାଣନ୍ତୁ, କେତେଦୂର ଦାରୁଣ ପୀଡା ମଧ୍ୟରେ ଏହି ବୃଦ୍ଧ ବ୍ୟକ୍ତିର ଆତ୍ମା ସେ କଥା ଚିନ୍ତା କରିଥିଲା | ଏକଥା କୁହା ନ ଯାଉ - ଗାନ୍ଧୀ ଭାରତ ବିଭାଜନ ର ପକ୍ଷଭୁକ୍ତ | "

1947 ଅଗଷ୍ଟ 14ରେ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ପାକିସ୍ତାନ ଜନ୍ମ ନେଲା | ସେହିଦିନ ମଧ୍ୟ ରାତିରେ ରାଜେନ୍ଦ୍ର ପ୍ରସାଦ ଭାରତ ସ୍ୱାଧୀନ ହେଲା ବୋଲି ବିଶ୍ୱକୁ ବାର୍ତ୍ତା ପ୍ରେରଣ କଲେ |
ସାମ୍ପ୍ରଦାୟିକ ଦଙ୍ଗା କମି ନ ଥିଲା | ସ୍ୱାଧୀନତା ଉତ୍ସବରେ ଭାଗ ନ ନେଇ ନୋଆଖାଲିରେ ଗାଁକୁ ଗାଁ ଖାଲି ପାଦରେ ଯାତ୍ରା କରି ଶାନ୍ତି ଓ ଏକତା ରକ୍ଷା କରିବାକୁ ଗାନ୍ଧୀ ଲୋକମାନଙ୍କୁ ନିବେଦନ କଲେ | ତା ପରେ ସେ ବିହାର ଓ କଲିକତା କୁ ଆସି ଶାନ୍ତି ସ୍ଥାପନ କଲେ | ମାଉଣ୍ଟବ୍ୟାଟେନ ଭାଷାରେ , "ଅସ୍ତ୍ରଶସ୍ତ୍ରରେ ସଜିତ 50 ହଜାର ସୈନ୍ୟ ଯାହା କରି ନପାରିଲେ ଏକା ମହାତ୍ମା ତାହା କରିପାରିଲେ |"

କଲିକତାରୁ ଗାନ୍ଧିଜୀ ଦିଲ୍ଲୀ ଯାତ୍ରା କଲେ |ମୁସଲିମ ମାନଙ୍କୁ ଦିଲ୍ଲୀ ରୁ ବାହାର କରି ଦେବାକୁ ହିନ୍ଦୁମାନେ ଦାବି କରୁଥିଲେ , କିନ୍ତୁ ଗାନ୍ଧିଜୀ ଅନଶନ କଲେ | ହିନ୍ଦୁ-ମୁସଲିମ ଏକତା ରକ୍ଷା ଓ ଯେଉଁ ମସଜିଦଗୁଡିକ ମନ୍ଦିରକୁ ପରିବର୍ତିତ ହୋଇଥିଲା ,ସେଗୁଡିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସେ ନିବେଦନ କଲେ | ପାକିସ୍ତାନ କୁ 55 କୋଟି ଟଙ୍କା ଦେବା ନିମନ୍ତେ ମଧ୍ୟ ସେ ଅନୁରୋଧ କଲେ |ନିଷ୍ଠକ ହିନ୍ଦୁମାନଙ୍କୁ ଏକଥା ଅସହ୍ୟ ହେଲା ,ନାଥୁରମ ଗଡ଼ସେ 1948 ଜାନୁଆରୀ 30 ତାରିଖରେ ଗାନ୍ଧୀ ଙ୍କୁ ହତ୍ୟା କଲା |

ସାମାନ୍ୟ କେତୋଟି ବାକ୍ୟରେ ମହାତ୍ମା ଗାନ୍ଧୀଙ୍କର ମୂଲ୍ୟାଙ୍କନ କରାଯାଇ ନପାରେ | ସେ ହେଉଛନ୍ତି ପ୍ରଥମ ସଂଗ୍ରାମୀ , ଯିଏ କେବଳ ସତ୍ୟ ଓ ଅହିଂସା ଅସ୍ତ୍ରରେ ,ଗୋଟିଏ ଦେଶକୁ ସ୍ୱାଧୀନତା ଆଣିଥିଲେ |ତାଙ୍କ ପାଇଁ 'ସତ୍ୟ ହିଁ ଭଗବାନ' ଓ 'ଅହିଂସା' ହିଁ ପରମ ଧର୍ମ ଥିଲା |ସେ କହିଥିଲେ "ସତ୍ୟ ହିଁ ଭଗବାନ"| ଅହିଂସା ମାଧ୍ୟମରେ ହିଁ ତାଙ୍କର ସାନିଧ୍ୟ ଲାଭ ହୁଏ | ସତ୍ୟ ଓ ଅହିଂସା ବଳରେ ସମଗ୍ର ପୃଥିବୀ କୁ ତୁମ ପାଦତଳ କୁ ଅଣାଯାଇପାରେ |"ସେ ରାଜନିତୀ ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ୱୟ ସ୍ଥାପନ କରି ପାରିଥିଲେ | ତାଙ୍କର ସତ୍ୟାଗ୍ରହ ପାରମ୍ପରିକ ରାଜନୀତିକୁ ବଦଳେଇ ଦେଇ ପାରିଥିଲା | ତାଙ୍କର ଵ୍ରତ ଥିଲା ,ଦରିଦ୍ର , ନିଷ୍ଠେସିତ , କୁ-ସଂସ୍କାରଗ୍ରସ୍ତ ମାନବଙ୍କର ସାମାଜିକ , ଆଧ୍ୟାତ୍ମିକ ଓ ଆର୍ଥନୀତିକ ପ୍ରଗତି |ଦରିଦ୍ର ଜନତା କୁ ସ୍ୱାବଲମ୍ବୀ କରିବା ନିମିତ୍ତ ସେ କୁଟୀରଶିଲ୍ପ ଉପରେ ଗୁରତ୍ୱ ଦେଇଥିଲେ |ସେ ରାମରାଜ୍ୟର କଳ୍ପନା କରିଥିଲେ ,ଯେଉଁଠି ରହିଥିବ ଏକ ସାମାଜିକ ଓ ରାଜନୀତିକ ବ୍ୟବସ୍ତା ,ଯେଉଁଠି ପ୍ରେମ ଓ ସଦଭାବ ରେ ଶାସନ ପ୍ରଚଳିତ ହେବ |ବିଶ୍ୱ ରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା କରିବା ପାଇଁ ଗାନ୍ଧୀବାଦ ହିଁ ଏକ ଅମୁଲ୍ୟ ମାର୍ଗ | ବାସ୍ତବିକ ସେ ମାନବ ନ ଥିଲେ ,କାରଣ ସମସ୍ତ ମାନବୀୟ ଗୁଣଗୁଡିକ ଠାରୁ ତାଙ୍କର ଗୁଣ ଥିଲା ଢେର ଉର୍ଦ୍ଧରେ | ଯଦି ଅବତାରବାଦରେ ସତ୍ୟତା ଥାଏ ,ତେବେ ସେ ଥିଲେ ଇଶ୍ଵରଙ୍କର ଅବତାର | ସେଥିପାଇଁ ଆଇନଷ୍ଟାଇନ କହିଛନ୍ତି , " ସ୍ନେହ ଓ ଶ୍ରଦ୍ଧାରେ ଭାରତୀୟମାନେ ତାଙ୍କୁ ଜାତିର ଜନକ ରୂପେ ଅଭିହିତ କରିଛନ୍ତି |"




*** ପରିସମାପ୍ତି ***







Post a Comment

0 Comments