ଅକ୍ଷୟ ତୃତୀୟା
କୃଷି ଭିର୍ତ୍ତିକ କୃଷକ ର ପ୍ରଥମ ପର୍ବ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା | ଏହି ଦିନ କୃଷକ ତା ବୁଣା ବିହନ ଧରି ଫୁଲ ,ଚନ୍ଦନ ,ଦୀପ ଏବଂ ପୂଜା ସାମଗ୍ରୀ ସହ ମୁଠି ଅନୁକୂଳ ପାଇଁ ପ୍ରସ୍ତୁତ ହୁଏ ସକାଳୁ ସକାଳୁ |ତା ପୂର୍ବ ରୁ ବଳଦ ମାନଙ୍କୁ ଭଲକି ଗାଧୋଇ ପାଧୋଇ ବେକରେ ଫୁଲମାଳ ଓ ସିଙ୍ଗ ରେ ସିନ୍ଦୁର ଚନ୍ଦନ ଦେଇଥାଏ |ତା ଚଷିଲା କୁ ହଳଦୀ ପାଣି ରେ ଧୋଇ ଦିଏ | ତା ଲଙ୍ଗଳ, ଇସ ଓ ଜୁଆଳି କୁ ରଙ୍ଗରେ ଲେପି ତା ଦେହ ରେ ଚିତା ଥାପି ଥାଏ |ମୁଠି ବୋଝ ରେ ସୁନ୍ଦର ଛିଟ କନା ଘୋଡେଇ ଶୁଦ୍ଧ ଲୁଗା ,ଗାମୁଛା ପିନ୍ଧି ପହଞ୍ଚେ ମୁଠି କିଆରୀରେ |ବିଭିନ୍ନ ସାଜ ଥୁଏ |ପୂର୍ବ ରୁ ଗଦା ଯାଇଥିବା ଖତ ବିଞ୍ଚେ |
ତାପରେ ଆରମ୍ଭ କରେ ମାଟି ପୂଜା ,ହଳ ପୂଜା ,ଲକ୍ଷ୍ମୀ ପୂଜା ,ଆକାଶ ଓ ଇନ୍ଦ୍ର ପୂଜା :ମୁଣ୍ଡିଆ ମାରି ମୁଠି ବିହନ ନିଜ ବିଲ ରେ ଚାରିଆଡେ ପକାଇଥାଏ |ତା ପରେ ଆରମ୍ଭ କରେ ଚାଷ |କଥାରେ ଅଛି ଭାଷା ହୁଡ଼ିଲେ ପୁରୁଷେ ,ଚାଷ ହୁଡ଼ିଲେ ବରଷେ |ବେଲକାଳ ଦେଖି ବୁଣ,ମେହନତ କରି ଅମଳ କୁ କାଟ ବା ସଂଗ୍ରହ କର |
ଏ ହେଉଛି ବର୍ଷକ ର ଫଳ |ଚଷା ଲକ୍ଷେଜୀବ ପୋଷା | ତା ନିଜ କୁଟୁମ୍ବ ଠୁ ଆରମ୍ଭ କରି ,ଚଢେଇ ଚିରୁଗୁଣୀ ଯାଏ ,ତା ହାତକୁ ଅନାଇ ବସିଥାନ୍ତି |ସେ ଜାତିର ଅର୍ଥନୈତିକ ମେରୁଦଣ୍ଡ |ଅନନ୍ତ ଜୀବନର ମୁଖର ହସ |ତା ହରତାଳ ରେ ସବୁ ପ୍ରଗତି ଓ ଅଗ୍ରଗତି ସେଇଠି ଠପ |ମାନୁଛୁ ଶିଳ୍ପ ଟଙ୍କା ଫଳାଏ ଆହାର ନୁହେ |
ପ୍ରତିକୂଳ ପରିବେଶ ନହଲେ ,ଚାଷୀ ତା ଦେଶ ପାଇଁ ଫଳାଏ ସୁନା ର ଫସଲ |ସମୟ ଥିଲା ସେତେବେଳେ ଲୋକେ ଖାଦ୍ୟ ବିନା ହାହାକାର ହେଉଥିଲେ 1947 ବେଳ ର କଥା ମନେପକାନ୍ତୁ ସେତେବେଳେ ଭାରତ ର ଲୋକ ସଂଖ୍ୟା ଥିଲା 23 କୋଟି ଅଥଚ ଆମେ ଉପାସ ଥିଲୁ | ଏବେ 135 କୋଟି ଅଥଚ ଆମେ ଖାଦ୍ୟ ରପ୍ତାନି କରୁଛୁ |ଏହା ଆଜିର ବିଜ୍ଞାନ ର ଫଳ ,ଚାଷୀ ଭାଇ ମାନଙ୍କ ପରିଶ୍ରମ ର ଫଳ |ଆଦିବାସୀ ଅଞ୍ଚଳ ରେ ମାଟି ପାଇଁ ପଶୁ ପକ୍ଷୀ ମାନଙ୍କୁ ବଳି ଦିଆ ଯାଉଥିଲା ,ବିଶ୍ୱାସ ଥିଲା କି ଏହା ଦ୍ୱାରା ମାଟି ରକ୍ତ ଗ୍ରହଣ କରି ଭଲ ଫସଲ ଦେବ |ପୁରାତନ ଯୁଗରୁ ଭୂମି ପୂଜା . ବୃକ୍ଷ ପୂଜା ଆଜି ମଧ୍ୟ ଚାଲିଆସୁଛି |ମଣିଷ ପ୍ରଥମେ ଦିଅଁ ଦେଉଳ ନଖୋଜି ପ୍ରକୃତି ର ଉପାସକ ଥିଲା |କାରଣ ସେ ପ୍ରକୃତି ଠାରୁ ଉପକାର ପାଉଥିଲା |ଏତଦବିହୀନ ବହୁ ଶୁଭ କାମ ଏହି ଦିନରେ ଆରମ୍ଭ ହୋଇଥାଏ |
![]() |
Akshaya Trutiya In Odia |
1.ଏହି ଅକ୍ଷୟ ତୃତୀୟା ରେ ରଥଯାତ୍ରା ନିମନ୍ତେ ରଥ କାଠ ବଡ଼ଦାଣ୍ଡରେ ଶ୍ରୀନଅର ସାମ୍ନା ରେ ଅନୁକୂଳ ହୁଏ |
2.ଏହି ଦିନ ରେ ମା ମାନେ ସନ୍ତାନ ମାନଙ୍କର ନିରୋଗ ଓ ଦୀର୍ଘଜୀବନ କାମନା କରି ଷଠୀ ଦେବୀ ଙ୍କର ପୂଜା କରନ୍ତି |ଏଥି ସହିତ ଅନ୍ୟାନ କେତେକ କାରଣ ରୁ ଏହି ଦିବସ ଟି ପାଳନ ର ତାପର୍ଯ୍ୟ ରହିଛି |
3.ଏହା ଗୀତାଗୋବିନ୍ଦ ରଚୟିତା ଜୟଦେବ ଙ୍କ ଜନ୍ମ ଦିବସ ହେତୁ ବିଭିନ୍ନ ସ୍ଥାନ ରେ ଧାର୍ମିକ ସମାବେଶ ଓ ସଂକୀର୍ତନ ଇତ୍ୟାଦି ହୁଏ |ବିଶେଷ କରି ତାଙ୍କ ଗ୍ରାମ କେନ୍ଦୁପଲି ରେ |
4.ଏହି ଦିନ ପର୍ଶୁରାମ ଙ୍କ ଆବିର୍ଭାବ ହୋଇଥିଲା |ଏଣୁ ତାଙ୍କର ମଧ୍ୟ ପୂଜା ହୁଏ |
5.ପୁରାଣ ରୁ ମିଳେ ଯେ ଗଙ୍ଗା ମାତା ଏହି ଅକ୍ଷୟ ତୃତୀୟା ରେ ମର୍ତ୍ୟଲୋକ ରେ ଅବତରଣ କରି ସଗର ବଂଶ ଉଦ୍ଧାର କରିବା ସହିତ ପୃଥିବୀ କୁ ଶସ୍ୟ ଶ୍ୟାମଳା କରିଥିଲେ |ଏଣୁ ଏହି ତିଥି ରେ ଗଙ୍ଗା ରେ ସ୍ନାନ କଲେ ସକଳ ସଞ୍ଚିତ ପାପର କ୍ଷୟ ହୁଏ |
6.ପୁନଶ୍ଚ ଏହି ତିଥି ରେ ବଡ ଠାକୁର ବଳଭଦ୍ର ଙ୍କର ରେବତୀ ଙ୍କ ସହ ବିବାହ ହୋଇଥିବାରୁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ରେ ବଳଦେବ ଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠେ |
7.ଏହି ପର୍ବ ର ଅନୁକୂଳ ରେ ଚନ୍ଦନ ଯାତ୍ରା ର ଶୁଭାରମ୍ଭ ମଧ୍ୟ ହୋଇଥାଏ |
Akshaya Trutiya
Observe For - Lord Vishnu & Goddess Lakshmi
Observe By - Hindu & Jain
ଏସବୁ ସତ୍ୱେ ଏବେ ନୈତିକତା ଓ ଆଧ୍ୟାତ୍ମିକ ରେ ଅଧୋପତନ ଘଟିଛି |ଧର୍ମ ଭିତରେ କୃତିମତା ପ୍ରବେଶ କରି ଆମକୁ ଦୂଷିତ କରାଯାଉଛି |ଆଧ୍ୟାତ୍ମିକ ଦୃଷ୍ଟି ରୁ ଏହି ସଂପ୍ରତି ଯେତିକି ଗୁରୁତ୍ୱ ନୁହେ ,କୃଷି ଦୃଷ୍ଟି ରୁ ଏହି ତିଥି ପାଳନର ବିଶେଷ ମହତ୍ବ ଅଛି |
ଜୈନ ଧର୍ମ ରେ ଅକ୍ଷୟ ତୃତୀୟା ର ମହତ୍ୱ
![]() |
Akshaya Trutiya In Odia |
0 Comments