Bira Surendra Sai Biography
ବୀର ସୁରେନ୍ଦ୍ର ସାଏ (Surendra Sai) ସମ୍ବଲପୁର ର ଖିଣ୍ଡା ଗ୍ରାମ ରେ 1809 ମସିହା ରେ ଚୌହାନ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତା ଙ୍କ ନାମ ଥିଲା ଧରମ ସିଂହ | ସେ ଚୌହାନ ରାଜବଂଶର ବଳିୟାର ସିଂହ ଙ୍କ ଉତ୍ତରାଧିକାରୀ ଥିଲେ | 1827 ମସିହାରେ ରାଜା ମହାରାଜା ସାଏ ଙ୍କର ମୁର୍ତ୍ୟ ପରେ ତାଙ୍କ ବିଧବା ପତ୍ନୀ ରାଣୀ ମୋହନ କୁମାରୀ ଙ୍କୁ ଇଂରେଜ ସରକାରଙ୍କ ପ୍ରଶାସନିକ ଅଫିସର ଶାସନ କ୍ଷମତା ଅର୍ପଣ କଲେ | ଏହା ଦ୍ୱାରା ସୁରେନ୍ଦ୍ର ସାଏ (Surendra Sai) ଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ରୁ ବଞ୍ଚିତ କରାଗଲା | ଏହା ଫଳ ରେ ସୁରେନ୍ଦ୍ର ସାଏ ଖୁବ୍ଧ ହେଲେ | ଗଣ୍ଡ ଓ ବିଂଝାଲ ଆଦିବାସୀ ମାନେ ସୁରେନ୍ଦ୍ର ସାଏ ଙ୍କ ଦାବି କୁ ସମର୍ଥନ କଲେ | ବିଦ୍ରୋହ ହେଲା | ରାଣୀ ବିଦ୍ରୋହ ଦମନ କରିପାରିଲେ ନାହିଁ | ଇଂରେଜ ସରକାର ରାଣୀଙ୍କ ସ୍ଥାନରେ 1837 ମସିହା ରେ ନାରାୟଣ ସିଂହ ଙ୍କୁ ବସାଇଲେ | ଏଥିରେ ସୁରେନ୍ଦ୍ର ସାଏ (Surendra Sai) ଆହୁରି ଉତ୍କ୍ଷିପ୍ତ ହେଲେ |ସାଧାରଣ ଜନତା ସୁରେନ୍ଦ୍ର ସାଏ ଙ୍କ ସପକ୍ଷ ରେ ସମର୍ଥନ ଜଣାଇଲେ | ଇଂରେଜ ସରକାର ବିଦ୍ରୋହ ଦମନ କଲେ | ତାଙ୍କୁ 1840 ରେ ବନ୍ଦୀ କରାଯାଇ ହଜାରୀବାଗ ଜେଲ କୁ ପଠାଯାଇଥିଲା | ବୀର ସୁରେନ୍ଦ୍ର ସାଏ 1857 ର ବିଦ୍ରୋହ ରେ ସମ୍ବଲପୁରର ନେତୃତ୍ୱ ନେଇଥିଲେ | ସେ ତାନ୍ତିଆ ଟୋପେ , ଲକ୍ଷ୍ମୀବାଇ ଓ ନାନା ସାହେବ ଙ୍କ ସହ ସମକକ୍ଷ ଥିଲେ |
1857 ଜୁଲାଇ 31 ଦିନ ବିଦ୍ରୋହୀ ମାନେ ହଜାରୀବାଗ ଜେଲ ଭାଙ୍ଗି ବନ୍ଧୀମାନଙ୍କୁ ମୁକ୍ତ କରିଦେଲେ | ମୁକ୍ତ ବନ୍ଦୀମାନଙ୍କ ମଧରେ ସୁରେନ୍ଦ୍ର ସାଏ (Surendra Sai) ଓ ତାଙ୍କ ସାନ ଭାଇ ଉଦନ୍ତ ସାଏ ଥିଲେ | ସେମାନେ ସମ୍ବଲପୁର ଆସି ଇଂରେଜ ମାନଙ୍କ ବିରୁଦ୍ଧ ରେ ଆଦିବାସୀ ମାନଙ୍କୁ ସଂଗଠିତ କଲେ |
ଜମିଦାର ,ଗୌନ୍ତିଆ ଓ ମାନ୍ୟଗଣ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ ଅଭ୍ୟର୍ଥନା ଜଣାଇଲେ | ସୁରେନ୍ଦ୍ର ସାଏ (Surendra Sai) ଙ୍କର ସଶସ୍ତ୍ର ଆବିର୍ଭାବ ରେ ଇଂରେଜ ସେନାପତି ଲି ଭୟଭୀତ ହୋଇଥିଲେ | ତାଙ୍କ ନିବେଦନ ପତ୍ର କୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ବିଚାର ପାଇଁ ପଠାଇ ଦେବାକୁ ସେ ପ୍ରତିଶୃତି ଦେଲେ | ତାଙ୍କ ପରାମର୍ଶ କ୍ରମେ ସେ କିଛି ଦିନ ସମ୍ବଲପୁର ରେ ଅପେକ୍ଷା କଲେ | କିଛି ଦିନ ଅପେକ୍ଷା କରିବା ପରେ କିଛି ବିଚାର ନ ମିଳିବାରୁ ସେ ନିଜକୁ ଗୃହ ବନ୍ଦୀ ପରି ଅନୁଭବ କଲେ | କାଳ ବିଳମ୍ବ ନକରି ପୋଲିସ ଜଗୁଆଳି ଆଖିରେ ଧୂଳି ଦେଇ ସେ ଜନ୍ମଭୂମି ଖିଣ୍ଡା କୁ ପ୍ରତ୍ୟାବର୍ତନ କଲେ | ତାଙ୍କ ଡ଼ାକରାରେ ସମ୍ବଲପୁର ର ଜମିଦାର ,ଗୌନ୍ତିଆ ଓ ମାନ୍ୟଗଣ ବ୍ୟକ୍ତିମାନେ ବିଦ୍ରୋହ ରେ ସାମିଲ ହେଲେ |
ବୀର ସୁରେନ୍ଦ୍ର ସାଏ (Surendra Sai)ତାଙ୍କ ସମର୍ଥକ ବିଦ୍ରୋହୀମାନଙ୍କୁ 4 ଭାଗରେ ବିଭକ୍ତ କଲେ | ଗୋଟିଏ ଦଳ ଭାଇ ଉଦନ୍ତ ସାଏ ଙ୍କ ସେନାପତିତ୍ବ ରେ ରହିଲା | ତାଙ୍କ ଦଳ ଝାରସୁଗୁଡା ଘାଟିଠାରେ ଅବସ୍ଥାପିତ ହେଲେ | ଏମାନେ ହଜାରିବାଗ ଓ ରାଞ୍ଚି ସହିତ ସମ୍ବଲପୁରର ଯୋଗାଯୋଗ କାଟିଦେଲେ | ତୃତୀୟ ଦଳ ଲୋଇସିଂହା ଜମିଦାର ଙ୍କ ନେତୃତ୍ୱ ରେ କଟକ-ସମ୍ବଲପୁର ରାଜ ରାସ୍ତା ରେ ଥିବା ବାଟଘାଟି ଠାରେ ଅବସ୍ଥାପିତ ହେଲେ | ଚତୁର୍ଥ ଦଳ ଘେଁସ ଜମିଦାର ମାଧୋ ସିଂହ ଙ୍କ ନେତୃତ୍ୱ ରେ ସମ୍ବଲପୁର-ନାଗପୁର ରାଜପଥରେ ଥିବା ସିଂଗଡା ଘାଟି ରେ ଅବସ୍ଥାପିତ ହୋଇ ଏହି ରାସ୍ତା କୁ କରାୟତ କଲେ | ମାଧୋସିଂହ ଯୁଦ୍ଧ କରି ବନ୍ଦୀ ହେଲେ | ସେ ମୁର୍ତ୍ୟୁ ଦଣ୍ଡ ପାଇଲେ |
ସୁରେନ୍ଦ୍ର ସାଏ (Surendra Sai) ଅଧିକ ପାଇକ ସଂଗ୍ରହ କଲେ | ବିଦ୍ରୋହୀ ମାନଙ୍କୁ ମୁକାବିଲା କରିବା ପାଇଁ ନାଗପୁରରୁ କ୍ୟାପଟେନ ଇ.ଜି.ଉଡ଼ କେତେକ ଅଶ୍ଵାରୋହୀ ସୈନ୍ୟ ସହ ସମ୍ବଲପୁର ଠାରେ ପହଁଚିଲେ ଏବଂ କୁଡପଲ୍ଲୀ ଠାରେ ବିଦ୍ରୋହୀ ମାନଙ୍କ ଉପରେ ଆକ୍ରମଣ କଲେ | 53 ଜଣ ବିଦ୍ରୋହୀ ଙ୍କ ସହିତ ସୁରେନ୍ଦ୍ର ସାଏ (Surendra Sai) ଙ୍କ ଭାଇ ଛବିଳ ସାଏ ନିହତ ହେଲେ | ବିଦ୍ରୋହୀ ମାନେ କ୍ୟାପଟେନ ଉଡ଼ ଙ୍କୁ ହତ୍ୟା କଲେ |
କର୍ନେଲ ଫୋରେଷ୍ଟର 1858 ମସିହା ମାର୍ଚ୍ଚ 29 ତାରିଖ ଦିନ ଏକ ବିରାଟ ସୈନ୍ୟ ବାହିନୀ ଧରି ସମ୍ବଲପୁର ରେ ପହଁଚିଲେ | ସେ ବହୁତ ଅତ୍ୟାଚାର କଲେ | ବିଦ୍ରୋହୀ ଜମିଦାର ମାନଙ୍କୁ ସେ ବନ୍ଦୀ କଲେ ଓ ଫାଶୀ ଦଣ୍ଡ ଦେଲେ | ନିଷ୍ଠୁର ଭାବରେ ବିଦ୍ରୋହ ଦମନ କରିବାର ଉଦ୍ୟମ ଜାରି ରହିଲା | 1861 ମସିହା ସେପ୍ଟେମ୍ବର 24 ତାରିଖ ରେ କମିଶନର ମେଜର ଇମ୍ପେ ଘୋଷଣା କଲେ ଯେ ସୁରେନ୍ଦ୍ର ସାଏ , ତାଙ୍କ ଭାଇ ଉଦନ୍ତ ସାଏ ଓ ପୁତ୍ର ମିତ୍ରଭାନୁ ଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଦ୍ରୋହୀ ଙ୍କୁ କ୍ଷମା ଦିଆଯିବ | ଏହା ଫଳ ରେ ଅନେକ ବିଦ୍ରୋହୀ ଜଙ୍ଗଲ ରୁ ଆସି ସରକାର ଙ୍କ ନିକଟରେ ଆତ୍ମସମର୍ପଣ କଲେ | ସୁରେନ୍ଦ୍ର ସାଏ ଙ୍କର ରାଜଗାଦି ପ୍ରଶ୍ନ କୁ ପ୍ରତ୍ୟାଖାନ କରାଗଲା |
1863 ମସିହାରେ ସମ୍ବଲପୁରର ଡେପୁଟି କମିଶନର କିଉମ୍ବର ଲେଜ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀ ମାନଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଲେ | 1864 ମସିହା ଜାନୁଆରୀ ମାସ 23 ତାରିଖ ରେ ସୁରେନ୍ଦ୍ରସାଏ ବନ୍ଦୀ ହେଲେ | ସେ ଅସୀରଗଡ ଦୁର୍ଗ ରେ ଆଜୀବନ ବନ୍ଦୀ ଭାବେ ରହିଲେ | ବୀର ସୁରେନ୍ଦ୍ର ସାଏ 1884 ମସିହା ଫେବୃଆରୀ ମାସ 28 ତାରିଖ ଦିନ ପ୍ରାଣତ୍ୟାଗ କଲେ |
ପରିସମାପ୍ତି
0 Comments