Dhania Patra | Benefits Of Dhania Patra | Benefits Of Coriander Leaves

ଧନିଆ ପତ୍ର ର ଉପଯୋଗୀତା 



 ଉତ୍ତର-ଭାରତୀୟ ବ୍ୟଞ୍ଜନ ରେ ଧନିଆ ପତ୍ରର ବ୍ୟବହାର ଅଧିକ ହୁଏ | ଏହାର ବାସ୍ନା ଖାଦ୍ୟ ର ସ୍ୱାଦ ବଢ଼ାଇଥାଏ | ପ୍ରୋଟିନ , ଫାଇବର ,ମିନେରାଲସ , କ୍ୟାଲସିଅମ , ଫସଫରସ ଯୁକ୍ତ ସବୁଜ ଧନିଆ ପତ୍ର ଅଳ୍ପ ପରିମାଣ ରେ ନିୟମିତ ବ୍ୟଞ୍ଜନ ରେ ବ୍ୟବହାର କରିବା ଉଚିତ |


1.ଖାଦ୍ୟ  ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀ ଙ୍କ ନିମନ୍ତେ ଏହା ଅଵ୍ୟର୍ଥ ଔଷଧ ଭଳି କାମ କରେ | ସପ୍ତାହ ରେ 2-3 ଥର ଚଟଣି ଭାବେ ନଚେତ ସାଲାଡ ରେ ଧନିଆ ପତ୍ର ମିଶାଇ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ | ରକ୍ତରେ ଶର୍କରା କୁ ନିୟନ୍ତ୍ରଣ କରିବାରେ ଧନିଆ ପତ୍ର ର ପୋଷୋକତତ୍ୱ ବେଶ କାମ କରେ |

2.ଧନିଆ ପତ୍ର ମିଶା ବ୍ୟଞ୍ଜନ ଖାଇଲେ ପେଟ ରୋଗ ଦୂର ହେବାସହ ହଜମ ଶକ୍ତି ମଧ୍ୟ ବଢ଼ୁଥିବାର ଜଣାପଡିଛି | ରାଜସ୍ଥାନୀ ପରମ୍ପରା ଅନୁସାରେ ଭୋଜନ ପରେ 1 ଚାମଚ ଧନିଆ ପତ୍ର ଖାଇଲେ ତାହା ମୁଖବାସ ଭଳି କାମ କରିବା ସହ ହଜମ ମଧ୍ୟ ଭଲରେ ହୁଏ |

Benefits of coriander leaves
Benefits of coriander leaves 

3.ଭିଟାମିନ ଏ ପୋଷକତତ୍ୱ ଭରପୁର ଧନିଆ ପତ୍ର ଖାଇଲେ ଆଖିରେ ଜ୍ୟୋତି ମଧ୍ୟ ବୃଦ୍ଧି ପାଏ | ପ୍ରତିଦିନ ଏହାର ରସ ନଚେତ ଚଟଣି ଖାଇବା ଆଖି ପାଇଁ ଭଲ |

4.ଓଜନ କମ କରିବାକୁ ଚାଁହୁଥିଲେ ,ଧନିଆ ପତ୍ର ର ରସ ପିଇବା ସହ ଧନିଆ ମିଶା ଫୁଟା ପାଣି ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ |

Post a Comment

0 Comments