Jayirajguru Biography In Odia - Brief Explanation About Jayirajguru

 Jayirajguru Biography In Odia 

ଜୟୀରାଜଗୁରୁ 

ଇଂରେଜ ମାନେ ଭାରତକୁ ବାଣିଜ୍ୟ କରିବାକୁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ | ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟ ରେ ଯୋଗକରି ଚାଲିଲେ | 1803 ରେ ସେମାନେ ଓଡିଶା ଅଧିକାର କଲେ | ଏହାର ପ୍ରତିବାଦ ହେଲା | ଖୋର୍ଦ୍ଧା ରେ 1804 ରେ ବିଦ୍ରୋହ ହେଲା | ଏହି ବିଦ୍ରୋହ ର ନେତୃତ୍ୱ ନେଇଥିଲେ ଜୟୀ ରାଜଗୁରୁ |

ବାଲ୍ୟାବସ୍ଥା 




ସହିଦ ଜୟୀ ରାଜଗୁରୁ 1739 ଅକ୍ଟୋବର 29 ତାରିଖ ତଥା ପବିତ୍ର କାର୍ତିକ ମାସ ଶୁକ୍ଳ ନବମୀ ତିଥି ରେ ପୁରୀ ନିକଟସ୍ଥ ବୀର ହରେକୃଷ୍ଣ ପୁର ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ |
ତାଙ୍କର ପିତା ଙ୍କ ନାମ ଚାନ୍ଦ ରାଜ ଗୁରୁ ଓ ମାତା ଙ୍କ ନାମ ହାରାମଣି | 
ତାଙ୍କ ପୂର୍ବ ପୁରୁଷ ମାନେ ଖୋର୍ଦ୍ଧା ରାଜା ଙ୍କର ଉପଦେଷ୍ଟା ଓ ଆଧ୍ୟାତ୍ମିକ ଗୁରୁ ଥିଲେ | ତେଣୁ ପାରମ୍ପରିକ ରୀତି ରେ ସେମାନଙ୍କୁ "ରାଜଗୁରୁ " ବୋଲି କୁହାଯାଉଥିଲା |

ରାଜସଭା ରେ ଯୋଗଦାନ 





ଜୟୀରାଜଗୁରୁ ରାଜା ଦିବ୍ୟ ସିଂହ ଦେବା ଙ୍କ ରାଜସଭାରେ ପ୍ରଥମେ ଜଣେ ପଣ୍ଡିତ ଭାବରେ ନିଯୁକ୍ତି ପାଇଥିଲେ | ତାଙ୍କ ପିତା ଚାନ୍ଦ ରାଜଗୁରୁ ଙ୍କ ମୁର୍ତ୍ୟ ପରେ ସେ ମନ୍ତ୍ରୀ ତଥା ରାଜଗୁରୁ ଭାବେ ଅଧିଷ୍ଠିତ ହେଲେ | ତାଙ୍କ ଜ୍ଞାନ ଗାରିମାରେ ମୁଗ୍ଧ ହୋଇ ଆଠଗଡ ରାଜା ଧନଜୟ ହରିଚନ୍ଦନ ଜୟଦେବ ତାଙ୍କୁ ତାଙ୍କ ରାଜସଭା କୁ ନେବାକୁ ଚାହିଁଲେ | ମାତ୍ର ସେ ଯାଇ ନଥିଲେ | ରାଜା ଦିବ୍ୟସିଂହ ଦେବା ଙ୍କ ମୁର୍ତ୍ୟ ପରେ ତାଙ୍କର ନାବାଳକ ପୁତ୍ର 2ୟ ମୁକୁନ୍ଦଦେବ ରାଜା ହେଲେ | ଜୟୀରାଜଗୁରୁ ତାଙ୍କର ଅଭିଭାବକ ଭାବେ କାର୍ଯ୍ୟ କଲେ | ସେ 1798 ରେ ସମସ୍ତ ପ୍ରକାର ଶାସନ ନିୟନ୍ତ୍ରଣ ର କ୍ଷମତା ନିଜ ହାତକୁ ନେଲେ | ରାଜା ଦିବ୍ୟସିଂହ ଙ୍କ ମୁର୍ତ୍ୟ ପରେ ଛୋଟ ଛୋଟ ରାଜ୍ୟ ଗୁଡିକ ମଧ୍ୟରେ ଅନ୍ତ୍ରଯୁଦ୍ଧ ହେଲା | ରାଜ୍ୟରେ ଦୁଃଭିକ୍ଷ ପଡିଲା | ଏଭଳି ଏକ ସଙ୍କଟକାଳୀନ ସମସ୍ୟାବହୁଳ ସମୟରେ ଜୟୀରାଜଗୁରୁ ଙ୍କ ଭୂମିକା ଗୁରୁତ୍ୱପୂର୍ଣ ଥିଲା |

ପ୍ରଶାସନିକ ତଥା ସାମରିକ ପରିଚାଳନା 

ଏହି ସମୟରେ ଖୋର୍ଦ୍ଧା ରେ ପାଇକମାନେ ଏକତ୍ରିତ ହେଲେ | ଜୟୀରାଜଗୁରୁ ପାଇକମାନଙ୍କୁ ଯୁଦ୍ଧବିଦ୍ୟାରେ ଉପଯୁକ୍ତ ତାଲିମ ଦେବାପାଇଁ ବିଭିନ୍ନ ସ୍ଥାନରେ ଅଖାଡାଶାଳା ପ୍ରତିଷ୍ଠା କଲେ | ପାଇକମାନେ ଦେଶ ପ୍ରେମ ରେ ଉଦ୍ବୁଦ୍ଧ ହେଲେ | ଇଂରେଜ ମାନେ ଖୋର୍ଦ୍ଧା ଅଧିକାର କରିବାକୁ ଉପାୟ ଖୋଜିଲେ | ଇଂରେଜ ପ୍ରଶାସକ କର୍ନେଲ ହାରକୋଟ ଖୋର୍ଦ୍ଧା ରାଜା ଙ୍କୁ କବଳିତ କରିବାକୁ କୂଟନୀତି ଅବଲମ୍ବନ କରି ନାନାପ୍ରକାର ପ୍ରଲୋଭନ ଦେଖାଇଲେ | ଏକ ଲକ୍ଷ ତାଙ୍କ ଟଙ୍କା ପୁରସ୍କାର ପାଇବା ସଂଗେ ସଂଗେ ସେ ହରାଇଥିବା 4ଟି ମରହଟ୍ଟ କବଳିତ ପ୍ରଗଣା ଯଥା ରାହାଙ୍ଗ, ସରାଇ, ଚବିଷକୁଦ ଓ ଲେମ୍ବାଇ ଫେରି ପାଇବ ବୋଲି ତାଙ୍କୁ ପ୍ରଲୋଭନ ଦେଖାଗଲା | ରାଜା ମୁକୁନ୍ଦଦେବ ଙ୍କର ଲୋଭ ହେଲା | ସେ ଇଂରେଜ ମାନଙ୍କୁ ସାହାର୍ଯ୍ୟ କଲେ | ଜୟୀରାଜଗୁରୁ ଇଂରେଜ ମାନଙ୍କୁ ବିଶ୍ୱାସ ନକରିବାକୁ ଦେଲେ | ରାଜା ମାନିଲେ ନାହିଁ | ପରେ ଇଂରେଜ ମାନେ ବିଶ୍ୱାସଘାତକ ମଧ୍ୟ କଲେ | ମୁକୁନ୍ଦଦେବ କୌଣସି ପ୍ରଗଣା ପାଇଲେ ନାହିଁ |


ପ୍ରତିକ୍ରିୟା ଓ ଯୁଦ୍ଧ 

ଇଂରେଜ ମାନଙ୍କ ବିରୋଧ ରେ ଯୁଦ୍ଧ କରିବାକୁ ଜୟୀରାଜଗୁରୁ ମୁକୁନ୍ଦଦେବଙ୍କ ପରାମର୍ଶ ଦେଲେ | ରାଜା ମୁକୁନ୍ଦଦେବ ଇଂରେଜ ମାନଙ୍କର କୌଣସି ଆଦେଶ ମାନିଲେ ନାହିଁ | ସେ ମରହଟ୍ଟା ମାନଙ୍କର ସାହାର୍ଯ୍ୟ ନେଇ ଖୋର୍ଦ୍ଧାରୁ ଇଂରେଜ ମାନଙ୍କୁ ତଡ଼ିବାକୁ ସ୍ଥିର କଲେ | ପାଇକ ସେନା ଙ୍କ ସାହାର୍ଯ୍ୟ ରେ 1804 ଅକ୍ଟୋବର ମାସରେ ପିପିଲି ଠାରେ ଇଂରେଜ ମାନଙ୍କୁ ଆକ୍ରମଣ କଲେ | କର୍ନେଲ ହାରକୋଟ ମେଜର ଫ୍ଲେଚରଙ୍କୁ ମାନ୍ଦ୍ରାଜରୁ ସୈନ୍ୟ ମାନଙ୍କର ନେତୃତ୍ୱ  ନେଇ ଆସିବାକୁ ନିର୍ଦେଶ ଦେଲେ | ମେଜର ଫ୍ଲେଚର ବହୁ ସୈନ୍ୟ ଧରି ଆସି ପହଁଚିଲେ | ପ୍ରାୟ ତିନି ସପ୍ତାହ ପ୍ରବଳ ଯୁଦ୍ଧ ଲାଗିଲା | ପାଇକ ମାନେ ବୀରତ୍ୱ ର ସହ ଲଢ଼ିଲେ | ଇଂରେଜ ମାନଙ୍କରଟା ଅତ୍ୟାଧୁନିକ ରଣକୌଶଳ ଓ ଅସ୍ତ୍ରଶସ୍ତ୍ର ନିକଟ ରେ ପାଇକସେନା ହାର ମାନିଲେ | 1804 ଡିସେମ୍ବର 4 ତାରିଖ ଦିନ ଖୋର୍ଦ୍ଧା ଇଂରେଜ ଅଧିକୃତ ହେଲା | ଇଂରେଜ ମାନେ ବରୁଣେଇ ଦୁର୍ଗ ଅଧିକାର କଲେ | ରାଜା ଦ୍ୱିତୀୟ ମୁକୁନ୍ଦଦେବ ଓ ଜୟୀରାଜଗୁରୁ ଦୁର୍ଗ ଛାଡି ପଳାୟନ କଲେ | ଡିସେମ୍ବର 5 ତାରିଖ ଦିନ ରାଜା ଙ୍କୁ ତଡିଦିଆଗଲା ବୋଲି ଘୋଷଣା କରାଗଲା | ଜୟୀରାଜଗୁରୁ ଙ୍କୁ ବହୁ ଚେଷ୍ଟା ରେ ଧରାଗଲା | ମୁକୁନ୍ଦଦେବଙ୍କୁ ବାରବାଟୀ ଦୁର୍ଗ ରେ ବନ୍ଦୀ କରି ରଖାଗଲା | ତାପରେ ତାଙ୍କୁ ମୁକ୍ତ କରାଯାଇ ଜଗନ୍ନାଥ ମନ୍ଦିର ଦାୟିତ୍ୱରେ ପୁରୀ ଠାରେ ରଖାଗଲା |

ଜୟୀରାଜଗୁରୁ ଶହୀଦ ହେଲେ :

ଇଂରେଜ ମାନେ ବିଚାର କରି ଜୟୀରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କଲେ | ଦଣ୍ଡ ସ୍ୱରୂପ ମେଦିନୀପୁର ଠାରେ ଏକ ବର ଗଛ  ରେ ଦୁଇ ଡାଳକୁ ଏକାଠି କରି ସେଥିରେ ତାଙ୍କୁ ବାନ୍ଧି  ନିଷ୍ଠର ଭାବରେ ଫାଶୀ ଦିଆଗଲା | ଶହୀଦ ବିପ୍ଲବୀ ଜୟୀରାଜଗୁରୁଙ୍କର ଦେଶପ୍ରେମ, ଦେଶଭକ୍ତି ଓ ତ୍ୟାଗର ପଟାନ୍ତର ନାହିଁ |  


Jayirajguru Biography Related Questions

  1. Where and when Jayirajguru was Born ?
  2. Who was Jayirajguru Father ?
  3. What was Jayirajguru mother's name ?
  4. Why Jayirajguru Named as Rajaguru ?
  5. How Jayirajguru Leads the paika Bidroha ?
  6. How Jayirajguru was dead ?

Post a Comment

0 Comments