Subash Chandra Bose Biography In Odia - Subash Chandra Bose - Subash Chandra Bose Jibani - Subash Chandra Bose Speech In Odia

ସୁବାଷ ଚନ୍ଦ୍ର ବୋଷ 

ଭାରତୀୟ ସ୍ୱାଧୀନତା ସଂଗ୍ରାମ କୁ ସୁବାଷ ଚନ୍ଦ୍ର ବୋଷ ( Subash Chanda Bose ) ଙ୍କ ଅବଦାନ ଅବିସ୍ମରଣୀୟ ଅଟେ | ଯେଉଁ କେତେ ଜଣ ମହାପୁରୁଷ ନିଜର ତ୍ୟାଗ ଓ ବଳିଦାନ ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ କୁ ଗୌରବମଣ୍ଡିତ କରିଛନ୍ତି ସେମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ବୋଷ ( Subash Chanda Bose ) ଅନ୍ୟତମ | ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେ ଗାନ୍ଧିଜୀ ଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ ମଧ୍ୟ ତାଙ୍କର କେତେକ ନୀତିକୁ ବିରୋଧ କରିଥିଲେ | 

'ଜୟ ହିନ୍ଦ ' ଓ ' ଦିଲ୍ଲୀ ଚଲୋ ' ସ୍ଲୋଗାନ ଦେଇ ସୁବାଷ ଭାରତୀୟମାନଙ୍କ ମନରେ ଯେଉଁ ଉନ୍ମାଦନା ସୃଷ୍ଟି କରିପାରିଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରତ୍ୟକ ଭାରତୀୟଙ୍କ ମନରେ ଅଭୁଲା ସସୃତି ଭାବରେ ରହିଛି |

ଆଦ୍ୟ ଜୀବନ ଓ ଶିକ୍ଷା 






ସୁବାଷ ଚନ୍ଦ୍ର ବୋଷ ( Subash Chanda Bose )1897 ଖୀର୍ଷ୍ଟାବ୍ଦ ଜାନୁଆରୀ 23 ରେ ଓଡିଶା ର କଟକ ଠାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ପିତା ଜାନକୀନାଥ ବୋଷ ( Janakinatha Bose )ଜଣେ ଆଇନଜୀଵୀ ଥିଲେ | କଟକ ରେ ରେଭେନ୍ସା କଲିଜିଏଟ ସ୍କୁଲ ରେ ଛାତ୍ର ଥିବା ସମୟ ରେ ଛାତ୍ର ମାନଙ୍କୁ ସଂଗଠିତ କରି ସ୍କୁଲ ହଷ୍ଟେଲ ରେ 'ଖୁଦିରାମ ସହିଦ ଦିବସ ' ପାଳନ କରିଥିଲେ |

ମାଧ୍ୟମିକ ଶିକ୍ଷା ସମାପ୍ତ କରି କୋଲକାତାସ୍ଥିତ ପ୍ରେସିଡେନ୍ସି କଲେଜ ରେ ଦର୍ଶନଶାସ୍ତ୍ର ଅଧୟନ କରିଥିଲେ | ରାମକୃଷ୍ଣ ପରମହଂସ ,ସ୍ୱାମୀ ବିବେକାନନ୍ଦ ଓ ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାମନିସୀ ମାନଙ୍କର ବାଣୀ ଦ୍ୱାରା ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ | 

ସେ ପ୍ରେସିଡେନ୍ସି କଲେଜ ରେ ପଢ଼ୁଥିବା ବେଳେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା | ଭାରତୀୟ ବିରୋଧୀ ବ୍ରିଟିଶ ପ୍ରଫେସର ସି.ଏଫ.ୱେଟେନ ଙ୍କୁ ଠାରେ ସୁବାଷ ଙ୍କ ଉପସ୍ଥିତରେ ମଦ ମରାଗଲା | ଏହି ଘଟଣାରେ ସୁବାଷ ( Subash Chanda Bose )ଆକ୍ରମଣକାରୀ ଙ୍କ ନାମ ପ୍ରକାଶ କଲେ ନାହିଁ କି ନିଜ କୁ ନିର୍ଦୋଷ ବୋଲି ମଧ୍ୟ୍ୟ କହିଲେ ନାହିଁ | ଏହି ଘଟଣା ପାଇଁ ସେ କ୍ଷମା ନ ମାଗିବାରୁ 1916ରେ ତାଙ୍କୁ କଲେଜରୁ ବହିଷ୍କାର କରାଗଲା | ପରେ ଅବଶ୍ୟ ସେ କୋଲକାତାର ସ୍କଟିସ ଚର୍ଚ୍ଚ କଲେଜରେ ନାମ ଲେଖାଇଲେ ଏବଂ ସେଠାରୁ ଦର୍ଶନ ଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡ଼ିଗ୍ରୀ ହାସଲ କଲେ | ମନସ୍ତତ୍ତ୍ୱ ରେ ସ୍ନାତକୋତର ଶିକ୍ଷା ଅସମ୍ପୂର୍ଣ୍ଣ କରି 1919ରେ ସେ କେମ୍ବ୍ରିଜ ଚାଲିଗଲେ |

1920 ରେ ସୁବାଷ ଆଇ.ସି.ଏସ ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରି ଉତୀର୍ଣ୍ଣ ହୋଇଥିଲେ | ଏହା ସତ୍ୱେ ସେ ଏପରି ସମ୍ମାନଜନକ ପଦବୀକୁ ପ୍ରତ୍ୟାଖାନ କରି ସ୍ବଦେଶ କୁ ପ୍ରତ୍ୟାବର୍ତନ କରିଥିଲେ |

ରାଜନୀତିକ ଜୀବନ 




subash chandra bose biography
ସୁବାଷ ଚନ୍ଦ୍ର ବୋଷ 


1923ରେ ସୁବାଷ ( Subash Chanda Bose ) ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ | ସେ ମହାନ ନେତା ଚିତ୍ତରଞ୍ଜନ ଦାସ ଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବରେ ଗ୍ରହଣ କଲେ ଏବଂ ତାଙ୍କ ପ୍ରେରଣା ରେ ରାଜନୈତିକ କାର୍ଯ୍ୟ କଲେ | 1924ରେ ସେ କଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ | ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ |

ତାଙ୍କର ଅସୀମ ସାହସ ଓ ଦେଶ ପ୍ରେମ ଯୋଗୁ ସେ ଜନସାଧାରଣଙ୍କର ପ୍ରିୟଭାଜନ ହୋଇପାରିଥିଲେ | ତାଙ୍କର ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଲକ୍ଷକରି ଇଂରେଜ ସରକାର ତାଙ୍କୁ 1924 ରେ ସନ୍ଦେହରେ ଗିରଫ କଲେ ଏବଂ ଏହାର ଏକ ବର୍ଷ ପରେ ତାଙ୍କୁ ବର୍ମାର ମାଣ୍ଡଲେ ଜେଲ କୁ ପ୍ରେରଣ କଲେ |

1938 ରେ ସେ ହରିପୁର ଭରିତୀୟ ଜାତୀୟ କଂଗ୍ରେସର ସଭାପତି  ମନୋନୀତ ହୋଇଥିଲେ | 1939 ରେ ଗାନ୍ଧୀଜୀଙ୍କର ବିରୋଧ ସତ୍ଵେ ସେ ତ୍ରିପୁରୀ ଅଧିବେଶନ ରେ ମଧ୍ୟ ସଭାପତି ହୋଇଥିଲେ | କିନ୍ତୁ ଏହି ଅଧିବେଶନ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସୁବାଷ ଚନ୍ଦ୍ର ବୋଷ କଂଗ୍ରେସ ତ୍ୟାଗ କରି 1939 ରେ ମେ 3 ତାରିଖ ରେ ' ଫରୱାର୍ଡ ବ୍ଲକ ' ନାମରେ ଗୋଟିଏ ନୂତନ ରାଜନୈତିକ ଦଳ ଗଠନ କଲେ |

1940 ଜୁଲାଇ 2 ତାରିଖ ରେ ସୁବାଷ ଚନ୍ଦ୍ର ବୋଷ ଗିରଫ ହୋଇଥିଲେ ଓ ଇଂରେଜ ସରକାରଙ୍କ ଦ୍ୱାରା କୋଲକାତାରେ ନଜର ବନ୍ଦୀ ରୂପେ ରହିଥିଲେ | 1941 ରେ ଭାରତ ଇତିହାସରେ ଏକ ଦୁଃଶାସିକ ଘଟଣା ଘଟିଥିଲା | ଭାରତ ବାହାରେ ରହି ଭାରତର ସ୍ୱାଧୀନତା ପାଇଁ ଲଢେଇ କରିବା ଉଦ୍ବେସ୍ୟ ରେ ସୁବାଷ ଉକ୍ତ ବର୍ଷ ଛଦ୍ମ ବେଶରେ ଭାରତ ପରିତ୍ୟାଗ କଲେ | ' ଶତ୍ରୁକୁ ପରାସ୍ତ ଓ ଦମନ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ | ଭାରତର ଶତ୍ରୁକୁ ପରାସ୍ତ ଓ ଦମନ କରିବା ପାଇଁ ତାର ଶତ୍ରୁ ସହିତ ହାତ  ମିଲାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦବୋଧ ହୋଇଥିଲା | ଇତିହାସ ରୁ ସେ ଶିକ୍ଷାଲାଭ କରିଥିଲେ ଯେ ବହିର୍ଶକ୍ତିର ସାହାର୍ଯ୍ୟ ବିନା କୌଣସି ଜାତି ସ୍ୱାଧୀନତା ହାସଲ କରିପାରିବ ନାହିଁ | ସୁବାଷ ବୋଷ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ କରିବାପାଇଁ ଉଦ୍ୟମ କଲେ |

1941 ଜାନୁଆରୀ 26 ରେ ଭାରତର ସୀମା ଅତିକ୍ରମ କରି ଆଫଗାନିସସ୍ଥାନ ଓ ସୋଭିଏତ ରୁଷ  ମଧ୍ୟଦେଇ ମାର୍ଚ୍ଚ 25 ରେ ମୁସଲମାନ ବେଶରେ ବର୍ଲିନ ଠାରେ ପହଁଚିଲେ | ଜର୍ମାନ ସରକାର ଙ୍କ ସାହାର୍ଯ୍ୟ ରେ ସେ ବର୍ଲିନ୍ ଠାରେ ଏକ 'ସ୍ୱାଧୀନ ଭାରତ କେନ୍ଦ୍ର ' ପ୍ରତିଷ୍ଠା କଲେ ଏବଂ 'ଫ୍ରି ଇଣ୍ଡିଆ ଆର୍ମି ' ବା 'ସ୍ୱାଧୀନ ଭାରତ ସୈନ୍ୟବାହିନୀ' ଗଠନ କଲେ | ସେଠାରେ ଥିବା ପ୍ରାୟ କୋଡିଏ ହଜାର ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲ ହେଲେ | ଭାରତୀୟ ସେମାନଙ୍କୁ ଜର୍ମାନୀ ସେନାପତିମାନେ ତାଲିମ ଦେଇଥିଲେ ଏବଂ ସୁଭାଷ ( Subash Chanda Bose ) ତାହା ନିରୀକ୍ଷଣକରି ଅଭିବାଦନ ଗ୍ରହଣ  କରୁଥିଲେ | ସୈନ୍ୟମାନଙ୍କ ଦ୍ୱାରା ଅଭିବାଦନ ସ୍ୱରୂପ ସାଧାରଣ ଭାବେ ' ଜୟ ହିନ୍ଦ ' ଧ୍ୱନି ବ୍ୟବହୃତ ହେଉଥିଲା | ଜର୍ମାନୀ ରେ 1941 ରେ ସୁଭାଷ ବୋଷ ( Subash Chanda Bose ) 'ଆଜାଦ ହିନ୍ଦ ରେଡ଼ିଓ ' ପ୍ରତିଷ୍ଠା କରି ସେଠାରୁ 1942 ଫେବୃଆରୀ 19 ରେ ତାଙ୍କର ପ୍ରଥମ ଗୁପ୍ତ ବେତାର ବାର୍ତ୍ତା ବିଶ୍ୱବାସୀ ଙ୍କ ନିମନ୍ତେ ପ୍ରସାରଣ କରିଥିଲେ | ଜର୍ମାନୀ ରେ ସୁଦୂର ବର୍ଲିନ ରୁ ଆଜାଦ ହିନ୍ଦ ରେଡ଼ିଓ ଦ୍ୱାରା ଭାରତବାସୀ ଙ୍କୁ ସେ ଯେଉଁ ସଂଗ୍ରାମୀ ଆହ୍ୱାନ ଜଣାଇଥିଲେ , ସେଥିରେ ଭାରତର ଜନସାଧାରଣ ଦେଶପ୍ରେମ ରେ ଉଦବୁଦ୍ଧ ହୋଇଥିଲେ | ଜର୍ମାନୀ ର ଶାସକ ହିଟଲର ଙ୍କୁ ଦେଖାକରି ଭାରତ ର ସ୍ୱାଧୀନତା ସମ୍ପର୍କ ରେ ତାଙ୍କୁ ସାହାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ | ଯଦିଓ ହିଟଲର ଏ ସମ୍ପର୍କରେ କଇଁଆସି ନିଦ୍ଧିଷ୍ଟ ପ୍ରତିଶୃତି ଦେଇ ନ ଥିଲେ , ଜର୍ମାନୀ ରୁ ନିରାପଦଭାବେ ଜାପାନ କୁ ଯାତ୍ରା କରିବା ପାଇଁ ସେ ସୁବାଷ ଙ୍କୁ ସାହାର୍ଯ୍ୟ କରିଥିଲେ | 

ଜର୍ମାନୀ ଭାରତୀୟ ସୀମା ଠାରୁ ବହୁଦୂରରେ ଥିବାରୁ ସେଠାରୁ ସଂଗ୍ରାମ ଚଳାଇ ରଖିବା କଷ୍ଟକର ଥିଲା | ଏହାଛଡା ଜର୍ମାନୀ କର୍ତ୍ତୃପକ୍ଷ ଙ୍କ କେତେକ କାର୍ଯ୍ୟ ତାଙ୍କ ମନରେ ସନ୍ଦେହ ସୃଷ୍ଟିକଲା | ସେ ଜାପାନ ଉପରେ ଦୃଷ୍ଟି ନିବଦ୍ଧ କଲେ | ସେତେବେଳେ ଜାପାନ ମିଆଁମାର ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣ-ପୂର୍ବ ଏସିଆ ରେ ଅପ୍ରତିଦ୍ବନ୍ଦି ଶକ୍ତି ଥିଲା | ଜାପାନ କୁ ରାଜି କରି  ଭାରତ ର ଖୁବ ନିକଟରୁ ବ୍ରିଟିଶ-ଭାରତ ଉପରେ ଆକ୍ରମଣ କରିବା ସହଜ ହେବ ବୋଲି ସେ ଚିନ୍ତା କଲେ |

ଆଜାଦ ହିନ୍ଦ ଫୌଜ ଗଠନ :



subash chandra bose biography
ସୁବାଷ ଚନ୍ଦ୍ର ବୋଷ ଙ୍କ ନେତୃତ୍ୱ 



ଜାପାନ ରେ ବାସ କରୁଥିବା ଭାରତୀୟ ବିପ୍ଲବୀ ରାସବିହାରୀ ବୋଷ ସେଠାରେ ଭାରତୀୟ ସ୍ୱାଧୀନତା ସଂଘ ଗଠନ କରିଥାନ୍ତି | ସେ କ୍ୟାପଟେନ ମୋହନ ସିଂ ଙ୍କ ନେତୃତ୍ୱ ରେ ଭାରତୀୟ ଜାତୀୟ ବାହିନୀ ବା ଆଜାଦହିନ୍ଦ ଫୌଜ ମଧ୍ୟ ଗଠନ କରିଥିଲେ |
ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ ଠାରେ ଅନୁଷ୍ଠିତ ଭାରତ ସ୍ୱାଧୀନତା ସମ୍ମିଳନୀ ର ନିଷ୍ପତି ଅନୁଯାୟୀ ରାସବିହାରୀ ସୁବାଷ ବୋଷ ( Subash Chanda Bose ) ଙ୍କୁ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେବା ପାଇଁ ଜାପାନ ଆସିବାକୁ ନିମନ୍ତ୍ରଣ କଲେ | ଏହା ସୁଭାଷ ବୋଷ ଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କଲା | 1943 ପେବୃୟାରୀ 8 ତାରିଖ ରେ ସୁବାଷ କିଲେ ବନ୍ଦରରୁ ବୁଦା ଜାହାଜରେ ଜାପାନ ଅଭିମୁଖେ ଯାତ୍ରା କଲେ ଓ 1943 ଜୁନ 13 ରେ ଟୋକିଓ ସହରରେ ପହଞ୍ଚିଲେ | ସେଠାରେ ସେ ଜାପାନର ପ୍ରଧାନମନ୍ତ୍ରୀ ଟୋଜୋ ଙ୍କ ସହିତ ସାକ୍ଷାତ କରି ଦୁଇଟି ରେଡ଼ିଓ ଷ୍ଟେସନ ପ୍ରତିଷ୍ଠା ସହ ତାଙ୍କଠାରୁ ଅନ୍ୟାନ୍ୟ ସାହାର୍ଯ୍ୟ ର ପ୍ରତିଶୃତି ଆଦାୟ କଲେ |

ଏହା ପରେ 1943 ଜୁଲାଇ 2 ତାରିଖ ରେ ସୁବାଷ ଜର୍ମାନୀ ରେ ପହଁଚିଲେ ଓ ସେଠାରେ ଭାରତୀୟ ମାନଙ୍କୁ ସ୍ୱାଧୀନତା ସଂଘ ଏବଂ ଆଜାଦ ହିନ୍ଦ ଫୌଜ ର ସୈନ୍ୟ ମାନେ ସୁଭାଷ ଙ୍କୁ 'ନେତାଜୀ ' ଆଖ୍ୟା ରେ ଭୂଷିତ କରିଥିଲେ | ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ କୁ ଚାରୋଟି ଯୋଦ୍ଧା ବାହିନୀ ରେ ବିଭକ୍ତ କରିଥିଲେ |ସେଗୁଡିକ ହେଲା ଗାନ୍ଧୀ ବିଗ୍ରେଡ଼ ,.ନେହେରୁ ବିଗ୍ରେଡ଼ ,ଅଜାଦ ବିଗ୍ରେଡ଼ ଏବଂ ସ୍ୱତନ୍ତ୍ର ମହିଳା ଶାଖା ଝାନସୀ ରାଣୀ ବିଗ୍ରେଡ଼ | କ୍ୟାପଟେନ ଲକ୍ଷ୍ମୀ ସେହଗଲ ଏହି ମହିଳା ବିଗ୍ରେଡ଼ ର ନେତୃତ୍ୱ ନେଇଥିଲେ |

ସରକାର ଗଠନ :

ପରବର୍ତ୍ତୀ ସମୟରେ ନେତାଜୀ ଆୟାରଲ୍ୟାଣ୍ଡ ର ଅସ୍ଥାୟୀ ସରକାର ଅନୁକରଣରେ 1943 ଅକ୍ଟୋବର 21 ରେ ସିଙ୍ଗାପୁର ଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ | ଜାପାନ, ଜର୍ମାନୀ, ଇଟାଲୀ , ମିଆଁମାର ,ଥାଇଲ୍ୟାଣ୍ଡ ,ଚୀନ ,ଫିଲପାଇନ୍ସ ଓ ମାଞ୍ଚୁରିଆ ଏହି ସରକାର କୁ ସ୍ୱୀକୃତି ଦେଇଥିଲେ | ସୁବାଷ ବୋଷ ହେଲେ ଏହି ସରକାର ର କର୍ଣ୍ଣଧାର ,ପ୍ରଥମ ପ୍ରଧାନ ମନ୍ତ୍ରୀ ତଥା ପ୍ରଧାନ ସେନାପତି | ବହିରଦେଶ ବିଭାଗ ଓ ଯୁଦ୍ଧ ବିଭାଗ ତାଙ୍କ ଅଧୀନରେ ରହିଲା | ସୁଭାଷ ଙ୍କ ସହିତ ଏହି ସରକାର ଙ୍କ ମନ୍ତ୍ରୀମଣ୍ଡଳ ରେ ଅନ୍ୟ ଦଶ ଜଣ ସଭ୍ୟ ରହିଥିଲେ | ଭାରତ ମାଟି ରୁ ଇଂରେଜ ସରକାରଙ୍କୁ ବିତାଡିତ କରି ସ୍ୱାଧୀନ ଭାରତ ପ୍ରତିଷ୍ଠା ଲକ୍ଷରେ ସାମରିକ ସଂଗ୍ରାମ କରିବା ପାଇଁ ଅସ୍ଥାୟୀ ସରକାର ଙ୍କ ମୁଖ୍ୟ ଉଦ୍ୟେଶ ଥିଲା |

' ଆଜାଦ ହିନ୍ଦ ସରକାର' ପ୍ରତିଷ୍ଠା କରି ସୁବାଷ ଭାରତର ଇଂରେଜ ସରକାରଙ୍କ ବିରୋଧ ରେ ଯୁଦ୍ଧ ଘୋଷଣା କଲେ | ସେ କହିଥିଲେ ଯେ ' ଦିଲ୍ଲୀ ର ପଥ ହେଲା ସ୍ୱାଧୀନତାର ପଥ ',ତାଙ୍କର ଚରମ ଆହ୍ୱାନ ଥିଲା - " ତୁମେ ମୋତେ ରକ୍ତ ଦିଅ , ମୁ ତମକୁ ସ୍ୱାଧୀନତା ଦେବୀ " | 

ଭାରତ ଅଭିଯାନ :

ସୁବାଷ ବୋଷ ( Subash Bose )ଙ୍କ ନେତୃତ୍ୱ ରେ ଆଜାଦ ହିନ୍ଦ ଫୌଜ ଭାରତ ଅଭିଯାନ ଆରମ୍ଭ କରିଥିଲା | ନେତାଜୀ ଙ୍କ ଗଣଧ୍ୱନି ' ଦିଲ୍ଲୀ ଚଲୋ ' ଓ ' ଜୟ ହିନ୍ଦ ' ମନ୍ତ୍ର ରେ ଉଦିପ୍ତ ହୋଇ ଆଜାଦ ହିନ୍ଦ ବାହିନୀ ଭାରତର ପୂର୍ବ ସୀମାନ୍ତ ରେ ପହଁଚିଲା | ଇତି ମଧ୍ୟରେ ନେତାଜୀ 1943 ନଭେମ୍ବର 6 ତାରିଖ ରେ ଜାପାନ ସରକାର ଙ୍କ ଠାରୁ ଆନୁଷ୍ଠାନିକ ଭାବେ ଆଣ୍ଡାମାନ ଅଳ ନିକୋବର ଦ୍ଵୀପପୁଞ୍ଜ ର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଉକ୍ତ ଦୀପ ଦ୍ବୟ କୁ ଯଥାକ୍ରମେ 'ଶହୀଦ' ଓ 'ସ୍ୱରାଜ' ଦୀପ ଭାବେ ନାମିତ କରିଥିଲେ | 1944 ମସିହା ଏପ୍ରିଲ ମାସରେ ଆଜାଦ ହିନ୍ଦ ଫୌଜ ତତ୍କାଳୀନ ବ୍ରହ୍ମଦେଶ ( ମିଆଁମାର ) ପରି ହୋଇ ମଣିପୁର ରାଜ୍ୟ ରେ ପ୍ରବେଶ କରିଥିଲା ଏବଂ କୋହିମ ଦାଖଲ କରି ସେଠାରେ ଭାରତୀୟ ପତାକା ଉତ୍ତଳନ କରିବା ପରେ ମଣିପୁର ରାଜଧାନୀ ଇମ୍ପାଲ ଦାଖଲ କରିବା ପାଇଁ ଅଗ୍ରସର ହେଲା | ଏହା ପରେ ପ୍ରବଳ ବର୍ଷା ହେବାରୁ ଆଜାଦ ହିନ୍ଦ ଫଳ ର ଯୋଗାଯୋଗ ବ୍ୟବସ୍ତା ବିପର୍ଯ୍ୟସ୍ତ ହୋଇପଡିଲା | ତା ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ ଜାପାନ ର ପରାଜୟ ଆଜାଦ ହିନ୍ଦ ଫୌଜ ର ବିପର୍ଯ୍ୟୟ କାରଣ ହେଲା | ଜାପାନ ଭାରତୀୟ ଜାତୀୟ ସେନା କୁ ସାହାର୍ଯ୍ୟ କରିବାର ସମସ୍ତ ସମ୍ଭାବନା ବନ୍ଦ ହୋଇଗଲା | ବ୍ରିଟିଶ ସେନା ଭାରତର ଉତ୍ତର-ପୂର୍ବ ସୀମା ପର୍ଯ୍ୟନ୍ତ ମାଡିଆସି ଆସାମ ସମେତ କେତେକ ଅଞ୍ଚଳ ନିଜ ନିୟନ୍ତ୍ରଣ ରେ ରଖି ସାରିଥିଲେ | ଅବଶିଷ୍ଟ ସୈନ୍ୟ ଙ୍କ ନିକଟରେ ପଛକୁ ଫେରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିଲା | 

1945 ମସିହା ସେପ୍ଟେମ୍ବର ମାସରେ ତିନି ସେନାଧକ୍ଷ ସାହାନୱାଜ ଖାଁ ବି, ପ୍ରେମ ସେହଗଲ ଓ ଗୁରୁଦୟାଲ ସିଂ ଧିଲନ ବ୍ରିଟିଶ ସରକାର ଙ୍କ ଦ୍ୱାରା ଗିରଫ ହେଲେ ଏବଂ ସେହିବର୍ଷ ନଭେମ୍ବର 5 ତାରିଖରେ ଦିଲ୍ଲୀ ର ଲାଲକିଲ୍ଲା ରେ ଅନୁଷ୍ଠିତ ସାମରିକ ଅଦାଲତ ର ସମ୍ମୁଖୀନ ହେଲେ | ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଅଭିହିତ କରି ଭାରତୀୟ ମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧ ରେ ସମଗ୍ର ଦେଶରେ ବିକ୍ଷୋଭ , ଶୋଭାଯାତ୍ରା ଓ ହରତାଳ ସଂଗଠିତ କଲେ | ସମସ୍ତ ରାଜନୈତିକ ଦଳ କଂଗ୍ରେସ , ମୁସଲିମ  ଲିଗ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ନେତୃବୃନ୍ଦ ତଥା ଜନସାଧାରଣ ଆଜାଦ ହିନ୍ଦ ଫୌଜର ସନ୍ୟ ମାନଙ୍କ ମୁକ୍ତି ଦାବି କଲେ | ଭୁଲୁଭାଇ ଦେଶାଇ ତେଜ ବହାଦୁର ସାପ୍ର ,ଜବାହାରଲାଲ ନେହେରୁ ଓ ଅସଫ ଅଲ୍ଲୀ ଖା ପ୍ରମୁଖ ଆଇନଜିବୀ ସେମାନଙ୍କ ସପକ୍ଷରେ ମକଦ୍ଧମା ଲଢ଼ିଲେ | ଇଂରେଜ ସରକାର ଙ୍କ ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରୁ ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସତ୍ୱେ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ଼ ୱଭେଲ ଅଭିଯୁକ୍ତ ମାନଙ୍କୁ 1946 ଜାନୁଆରୀ 1 ତାରିଖରେ ମୁକ୍ତ କରି ଦେଇଥିଲେ |

ସୁବାଷ ଚନ୍ଦ୍ର ବୋଷ ( Subash Bose )1945 ଅଗଷ୍ଟ 18 ତାରିଖରେ ଜାପାନ ର ଫରମୋଜା ରୁ ଟୋକିଓ କୁ ଯାଉଥିବା ବେଳେ ବିମାନ ଦୁର୍ଘଟଣା ରେ ମୁର୍ତ୍ୟ ବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା | ଅବଶ୍ୟ ଏହି ମୁର୍ତ୍ୟ କୁ ଅନେକ ସତ୍ୟ ବୋଲି ମନେ କରନ୍ତି 
ନାହିଁ | ଏହା ପରେ ଇଂରେଜ ସରକାର ଆଜାଦ ହିନ୍ଦ ଫୌଜ କୁ ନିଷିଦ୍ଧ ଘୋଷଣା କଲେ | 

ଐତିହାସିକ ଦୃଷ୍ଟି କୋଣରୁ ବିଚାର କଲେ ଦେଖାଯାଏ ଯେ ନେତାଙ୍କର ଆଜାଦ ହିନ୍ଦ ଫୌଜ ପ୍ରକୃତ ପକ୍ଷରେ ବ୍ୟର୍ଥ ହୋଇ ନାହିଁ | ଘୋଷିତ ଲକ୍ଷ ପୁରାଣରେ ସମ୍ପୂର୍ଣ ଭାବରେ ସଫଳ ହୋଇନଥିଲେ ମଧ୍ୟ ଭାରତର ସ୍ୱାଧୀନତା ଇତିହାସରେ ଆଜାଦ ହିନ୍ଦ ଫୌଜ ଅଭିଯାନ ର ଫଳଥିଲା  ସୁଦୂର ପ୍ରସାରି | 

ଜ୍ୱଳନ୍ତ ଦେଶାତ୍ମବୋଧ , ସାହାସିକତା ଓ ସାଂଗଠନିକ ଦକ୍ଷତା ପାଇଁ ସୁବାଷ ଚନ୍ଦ୍ର ବୋଷ ଙ୍କୁ ପ୍ରଶଂସା କରାଯାଏ | ଭାରତର ସ୍ୱାଧୀନତାର ସ୍ୱାଦ ଚାଖିବା ହୁଏତ ସୁବାଷ ଚନ୍ଦ୍ର ବୋଷ ଙ୍କ ଭାଗ୍ୟ ରେ ନ ଥିଲା | କିନ୍ତୁ ଜଣେ ଦେଶପ୍ରେମୀ ଓ ଅନନ୍ୟ ସ୍ୱାଧୀନତା ସଂଗ୍ରାମ କାଳରେ ଯେଉଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ସେଥିପାଇଁ ସେ ଅମର ହୋଇ ରହିଛନ୍ତି |



***ପରିସମାପ୍ତି***

Post a Comment

0 Comments