ରଜପର୍ବ || Raja Parba || Raja Festival In Odisha || RajaParba Essay In Odia || Fun Odia Fun

 ରଜ ପର୍ବ 

ଓଡ଼ିଆ ହିନ୍ଦୁ ମାନଙ୍କ ଘରେ ରଜପର୍ବ ପାଳନ କରାଯାଏ | ରଜ ଝିଅ ମାନଙ୍କର ପର୍ବ ଅଟେ | ତେଣୁ ଓଡ଼ିଆ ହିନ୍ଦୁ ଝିଅ ମାନେ ରଜ ପର୍ବ ପାଳନ କରନ୍ତି | ଜୁନ ଅଧା ବେଳକୁ ରଜ ସଂକ୍ରାନ୍ତି ପଡେ |


ରଜ ପର୍ବ ତିନି ଦିନ ଧରି ପାଳନ କରାଯାଏ | ପ୍ରଥମ ଦିନଟି ପହିଲି ରଜ , ଦ୍ୱିତୀୟ ଦିନଟି ରଜ ସଂକ୍ରାନ୍ତି ଓ ତୃତୀୟ ଦିନଟି ଭୂଇଁ ଦାହ | ପ୍ରଥମ ଦିନ ପାହାନ୍ତାରେ ଝିଅ ମାନେ ଗାଧୋଇ ସଜବାଜ ହୁଅନ୍ତି | କପାଳ ମଝିରେ ସିନ୍ଦୁର ମାରନ୍ତି | ଦୁଇ ପାଖ କାନ ଯାଏ ଚନ୍ଦନ ଟିପା ଲଗାନ୍ତି | ମୁଣ୍ଡ ବାଳକୁ ସୁନ୍ଦର ଭାବେ କୁଣ୍ଡାଇଥାନ୍ତି | ସେଦିନ ନୂଆ ବସ୍ତ୍ର ପରିଧାନ କରନ୍ତି | ଛୋଟ ଛୋଟ ଝିଅମାନେ ନିଜ ମୁଣ୍ଡରେ ଏପରି ସଜାଇ ଥାନ୍ତି ଯେପରିକି ଗୋଲାପ ଫୁଲରେ ସଜା ହୋଇଛି | ରଜ ତିନି ଦିନ ସେମାନେ ଭୂମି ରେ ଚାଲିବା ପାଇଁ ନୂଆ ଜୋତା ମଧ୍ୟ ପରିଧାନ କରିଥାନ୍ତି | କାରଣ ରଜ ତିନି ଦିନ ଭୂମି ରେ ଖାଲି ପାଦରେ ଯିବା ମନା ହୋଇଥାଏ | ସାଧାରଣତଃ ଏହି ଜୋତା ଗୁଡିକ ଗୁଆ ଖୋଳପା ରେ ତିଆରି ହୋଇଥାଏ କିନ୍ତୁ ଆଜିକାଲି ଏବେ ରବର ଜୋତା ବ୍ୟବହାର କରୁଛନ୍ତି | ଝିଅ ମାନେ ସପ ଉପରେ ବସି ତାସ ଖେଳରେ ମାତି ଥାନ୍ତି | ଏହି ପର୍ବ ରେ ପୋଡ଼ ପିଠା ମଧ୍ୟ କରାଯାଇଥାଏ | ପୋଡପିଠା ସାଙ୍ଗକୁ ଘାଣ୍ଟ ତରକାରୀ ମଧ୍ୟ ହୋଇଥାଏ | ନାନା ପ୍ରକାରର ପିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ | ଘର ଘର ମଧ୍ୟ ରେ ପୋଡପିଠା ଦିଆନିଆ କରା ଯାଇଥାଏ | ରଜ ତିନି ଦିନ ପୁଅ ମାନେ ବାଗୁଡ଼ି ଖେଳନ୍ତି | ଗାଁ ଭିତରେ ବାଗୁଡ଼ି ଖେଳ ହୁଏ | ବାଗୁଡ଼ି ଖେଳ ପାଖରେ ଢୋଲ ବାଜେ | ବହୁତ ଲୋକ ବାଗୁଡ଼ି ଖେଳ ଦେଖିଥାନ୍ତି | ସନ୍ଧ୍ୟା ବେଳେ ସ୍ଥାନେ ସ୍ଥାନେ ତାସ ଖେଳ ହୁଏ | ରଜ ସମୟରେ ମେଘୁଆ ପାଗ ମଧ୍ୟ ହୋଇଥାଏ | ଏହାକୁ କେହି କେହି ରଜ ପାଗ ମଧ୍ୟ କହିଥାନ୍ତି | କିନ୍ତୁ ରଜ ପାଗରେ ଝିପି ଝିପି ବର୍ଷା ହେଲେ ସମସ୍ତଙ୍କର ମନ ଖଟା ହୋଇଯାଏ | 

ରଜ ପର୍ବ ହେଉଛି ଓଡ଼ିଆ ମାନଙ୍କର ଗୋଟିଏ ଜାତୀୟ ପର୍ବ | ଝିଅଙ୍କ ପର୍ବ ହେଲେ ଏଥିରେ ଝିଅ ପୁଅ ସମସ୍ତେ ମାତି ଥାନ୍ତି | ସମସ୍ତଙ୍କ ମୁହଁରେ ହସ ଓ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ରେ ଭରପୂର ହୋଇଥାଏ |

Post a Comment

0 Comments